The Ultimate Managed Hosting Platform
ADVERTISEMENT

ଆଜିବି ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ

Facebook
Twitter
LinkedIn

ପୁରୀ : ନୂଆ ବର୍ଷ ପାଇଁ ପୁରୀରେ ଲାଗିଛି ଭକ୍ତଙ୍କ ଗହଳି । ଗତକାଲି ପରି ଆଜି ବି ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ । ସକାଳୁ ଲାଗିଛି ଭକ୍ତଙ୍କ ଲମ୍ବା ଲାଇନ । ଗଲା ଡିସେମ୍ବର ୩୧ ତାରିଖରୁ ଲାଗିଥିବା ଭିଡ଼ ଆଜି ଯାଏଁ ବି ଜାରି ରହିଛି । ରାଜ୍ୟ ଏବଂ ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଆସି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ଭକ୍ତଙ୍କ ଶୃଂଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଗତକାଲି ପୁରୀକୁ ପ୍ରାୟ ୫ଲକ୍ଷରୁ ଅଧିକ ଭକ୍ତ ଆସିଥିବାରୁ ନୀତିକାନ୍ତିରେ ସମନ୍ୱୟ ରଖାଯାଇ ବିଳମ୍ବିତ ରାତି ଯାଏଁ ଦର୍ଶନ ଜାରି ରହିଥିଲା । ସେହିପରି ଦର୍ଶନ ସାରିବା ପରେ ପୁରୀରୁ ହଜାର ହଜାର ଗାଡ଼ି ଫେରୁଛି । ଫଳରେ ପିପିଲି ଟୋଲ ଗେଟରେ ପୁରୀମୁହାଁ ଗାଡ଼ି ଓ ପୁରୀରୁ ଫେରୁଥିବା ଗାଡ଼ି ସବୁ ଅଟକି ରହିବାରୁ ସ୍ଥିତି ଅସମ୍ଭାଳ ହେଉଛି । ଟୋଲଗେଟ୍ରେ ଫାଷ୍ଟାଗର ସୁବିଧା ଥିଲେ ବି ବହୁ ସଂଖ୍ୟକ ଗାଡ଼ି ଆସିଥିବାରୁ ଘଣ୍ଟା ଘଣ୍ଟା ଧରି ତାହା ଛିଡ଼ା ହୋଇ ରହିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login