The Ultimate Managed Hosting Platform
ADVERTISEMENT

ଆଜିଠୁ ବିଧାନସଭା ଶୀତ ଅଧିବେଶନ

Facebook
Twitter
LinkedIn

ଭୁବନେଶ୍ୱର : ଆଜିଠୁ ବିଧାନସଭା ଶୀତକାଳୀନ ଅଧିବେଶନ । ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ ପ୍ରସ୍ତାବ । ଦିନ ୧୧ଟା ବେଳେ ଗୃହ କାର୍ୟ୍ୟ ଆରମ୍ଭ ହେବ । ବିଧାନସଭା କାର୍ୟ୍ୟସୂଚି ଅନୁସାରେ ପ୍ରଥମେ ଗୃହରେ ଦିବ୍ୟଗତଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯିବ । ଗୃହର ନେତା ମୁଖ୍ୟମନ୍ତ୍ରୀ ଆଗତ କରିବେ । ପରେ ପଞ୍ଚୟତରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗର ପ୍ରଶ୍ନକାଳ ରହିଛି । ଅପରାହ୍ନରେ ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଗୃହରେ ଆଗତ ହେବ । ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଅତିରିକ୍ତ ବଜେଟ ଆଗତ କରିବେ । ଅନ୍ୟପଟେ ଶୀତକାଳିନ ଅଧିବେଶନ ପାଇଁ ବିଜେଡି , ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ କରିଛନ୍ତି । ଦୁଇ ବିରୋଧୀ ଶୀତ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ଯୋଜନା କରିଛନ୍ତି। ଶାସକ ବିଜେପି ବିରୋଧୀଙ୍କୁ ମୁକାବିଲା କରିବା ପାଇଁ କାଉଁଣ୍ଟର ରଣନୀତି ପ୍ରସ୍ତୁତ କରିଛି । ବିଧାନସଭାକୁ ସୁରୁଖୁରୁରେ ଚଳାଇବା ପାଇଁ ସୋମବାର ବାଚସ୍ପତି ସର୍ବଦଳୀୟ ବୈଠକ କରି ସବୁ ଦଳର ସହଯୋଗ ଲୋଡିଥିଲେ। ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ । ସରକାରଙ୍କ ଘେରିବାକୁ ବିରୋଧୀଙ୍କ ରଣନୀତି ପ୍ରସ୍ତୁତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login