ପୁରୀ : ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଚାଲିଛି ଜୋରସୋରରେ ପ୍ରସ୍ତୁତି । ରଥଯାତ୍ରାକୁ ସୁରୁଖୁରୁରେ କରିବାକୁ ଆଜି ବସୁଛି ପରିଚାଳନା କମିଟି ବୈଠକ । ନୀଳାଦ୍ରି ଭକ୍ତ ନିବାସରେ ବୈଠକ ବସିବ । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବଜେଟ, ରଥ ଯାତ୍ରାର ନୀତିକାନ୍ତିକୁ ଅନୁମୋଦନ କରାଯିବ ।
ସେହିପରି ଦେବସ୍ନାନ ପୂର୍ଣ୍ଣିମା ବିଷୟରେ ସମୀକ୍ଷା କରାଯିବା ନେଇ ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ବୈଠକରେ ଉପସ୍ଥିତ ରହିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସପିଙ୍କ ସମେତ ପରିଚାଳନା କମିଟି ସଦସ୍ୟ । ସେପଟେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ହୋଇ ଅନବସର ତାଟି ଘରେ ଚାଲିଛି ମହାପ୍ରଭୁଙ୍କ ଚିକିତ୍ସା ।
Views: 97











