ଭୁବନେଶ୍ୱର : ଆଜି ଶ୍ରାବଣ ମାସ ତୃତୀୟ ସୋମବାର । ଦେବଦେବ ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡ଼ଆ ଭକ୍ତ । ଓମ୍ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଶିବ ମନ୍ଦିର । ଦୂର ଦୂରାନ୍ତରୁ ନଦୀରୁ ଜଳ ଆଣି ଚାଲିଚାଲି ଆସି ମହାଦେବଙ୍କୁ ଅଭିଷେକ କରୁଛନ୍ତି । ପ୍ରଥମ ସୋମବାର ଭଳି ଆଜି ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଶୈବ ପୀଠଗୁଡିକରେ କାଉଡିଆ ଏବଂ ଭକ୍ତଙ୍କ ବେଶ ଗହଳି ଜମିଛି । ବିଶେଷକରି ସୋନପୁର ସହରର ସଂଗମ ସ୍ଥଳରେ ଥିବା ରାମେଶ୍ଵର ଏବଂ ମହାନଦୀ କୂଳରେ ଥିବା ଗୋଧନେଶ୍ଵର ମନ୍ଦିରରେ କାଉଡିଆମାନେ ଜଳଲାଗି ପାଇଁ ପହଞ୍ଚିଛନ୍ତି ।
Views: 134











