The Ultimate Managed Hosting Platform
ADVERTISEMENT

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ

Facebook
Twitter
LinkedIn

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଜନ୍ମଦିନ । ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ୧୯୫୮ ମସିହା ଆଜିର ଦିନରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଉପରବେଡା ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା । ତେବେ ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ନେତା ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ, “ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ସମର୍ପଣ ଆମ ସମସ୍ତଙ୍କୁ ପ୍ରେରଣା ଦିଏ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜ୍ଞାନ, ଗାରିମା ଓ ଆମ ଲୋକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧତାର ଏକ କିରଣ । ଦେଶର ପ୍ରଗତିକୁ ଆଗକୁ ବଢାଇବାକୁ ତାଙ୍କ ପ୍ରୟାସକୁ ପ୍ରଶଂସା କରୁଛି । ମୁଁ ତାଙ୍କୁ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରୁଛି’। ସେହିପରି ସୁରିନାମର ରାଷ୍ଟ୍ରପତି ଚନ୍ଦ୍ରିକାପେରସାଦ ସନ୍ତୋଖୀ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭକାମନା ଜଣାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି-ଭକ୍ତ

ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...

ADVERTISEMENT
ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା...