ପୁରୀ: ଆଜି ସାରା ଓଡିଶା ପାଳୁଛି ରସଗୋଲା ଦିବସ । ଶ୍ରୀ ଜଗନ୍ନାଥ ସଂସ୍କୃତିରେ ରସଗୋଲାର ବେଶ ଗୁରୁତ୍ୱ ରହିଛି । ଓଡିଆ ଜାତିର ଆଉ ଏକ ପରିଚୟ ହେଉଛି ରସଗୋଲା । ପ୍ରତିବର୍ଷ ଚତୁର୍ଦ୍ଧା ମୂରତିଙ୍କ ନୀଳାଦ୍ରି ବିଜେ ଅବସରରେ ରସଗୋଲା ଭୋଗ ଲାଗୁଥିବାରୁ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ଏହା ସହ ସାରା ବିଶ୍ୱରେ ରସଗୋଲାକୁ ଅଧିକ ପରିଚିତ କରିବା ଉଦ୍ଦେଶ୍ୟରେ ମଧ୍ୟ ଏହି ଦିବସକୁ ପାଳନ କରାଯାଏ । ୨୦୧୫ ଜୁଲାଇ ୩୦ ନୀଳାଦ୍ରି ବିଜେ ଦିନ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ଏହା ପରେ ୨୦୧୬ ଜୁଲାଇ ୧୭ ଠାରୁ ଏହି ଦିବସ ପାଳନ ହେଉଛି । ରସଗୋଲାକୁ ନେଇ ପଶ୍ଚିମବଙ୍ଗ ଓ ଓଡିଶା ମଧ୍ୟରେ ‘ମିଠାଯୁଦ୍ଧ’ ଆରମ୍ଭ ହୋଇଥିଲା । ପଶ୍ଚିମବଙ୍ଗ ‘ରସଗୁଲ୍ଲା’ ତାଙ୍କର ବୋଲି ଦାବି କରିଥିଲା । ୧୮୬୮ ମସହାରେ କଲିକତାରେ ନବୀନ ଚନ୍ଦ୍ର ଦାସ ପ୍ରଥମେ ‘ରସଗୁଲ୍ଲା’ ତିଆରି କରିଥିଲେ ବୋଲି ଯୁକ୍ତି କରିଥିଲା ପଶ୍ଚିମବଙ୍ଗ । ୨୦୦୯ ମସିହା ଜୁଲାଇ ୨୯ ତାରିଖରେ ଓଡିଶାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଥିଲା । ଆଉ ଆମ ଓଡିଶାର ବିଜୟ ହୋଇଥିଲା । ରସଗୋଲା ଆମର ଅର୍ଥାତ ଓଡିଶାର ବୋଲି ପରିଚୟ ମିଳିଥିଲା ।
ଆଜି ରସଗୋଲା ଦିବସ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...