The Ultimate Managed Hosting Platform
ADVERTISEMENT

ଆଜି ଭୟଙ୍କର ରୂପ ଧାରଣ କରିବ ବାତ୍ୟା ‘ବିପର୍ଯ୍ୟୟ

Facebook
Twitter
LinkedIn

ନୂଆଦିଲ୍ଲୀ : ଆରବ ସାଗରରେ ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି ଅତି ଭୀଷଣ ବାତ୍ୟା ବିପର୍ଯ୍ୟୟ । ଏବେ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଉତ୍ତର ଦିଗରେ ଗତି କରୁଛି । ଘଣ୍ଟାପ୍ରତି ବେଗ ରହିଛି ୫ କିଲୋମିଟର । ଆସନ୍ତା ୬ ଘଣ୍ଟାରେ ଆହୁରି ତୀବ୍ର ହେବ ବିପର୍ଯ୍ୟୟ । ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଅତ୍ୟନ୍ତ ଭୀଷଣ ବାତ୍ୟାରେ ପରିଣତ ହେବ । ଉତ୍ତର ଦିଗରେ ଗତି ଜାରି ରଖିବ ବାତ୍ୟା । ଗୁଜରାଟ ଓ ପାକିସ୍ତାନ ଉପକୂଳକୁ ବାତ୍ୟା ବିପର୍ୟ୍ୟୟ ଭୟ ବଢୁଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ୧୫ ତାରିଖ ମଧ୍ୟାହ୍ନରେ ପାକିସ୍ତାନ ଓ ସଂଲଗ୍ନ ଗୁଜରାଟର ସୌରାଷ୍ଟ୍ର ଓ କଚ୍ ଉପକୂଳ ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ।
ଅତି ଭୀଷଣ ବାତ୍ୟାର ରୂପ ଧାରଣ କରି ଲାଣ୍ଡଫଲ୍ କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟା ବିପର୍ୟ୍ୟୟ ଏବେ ମୁମ୍ବାଇ ଉପକୂଳରୁ ୬୦୦ କିଲୋମିଟର ପଶ୍ଚିମ ଦକ୍ଷିଣ ପଶ୍ଚିମ, ପୋରବନ୍ଦରରୁ ୫୧୦ କିଲୋମିଟର ଦକ୍ଷିଣ ଦକ୍ଷିଣ ପଶ୍ଚିମ ଓ ପାକିସ୍ତାନର କରାଚି ଉପକୂଳରୁ ୮୧୦ କିଲୋମିଟ ଦକ୍ଷିଣରେ କେନ୍ଦ୍ରୀଭୂତ ରହିଛି । ଆଜି ପବନର ବେଗ ସମୁଦ୍ର ଭିତରେ ୧୬୫ରୁ ୧୭୫ ଓ ଝଟ୍କା ପବନର ବେଗ ୧୯୫ କିଲୋମିଟର ଘଣ୍ଟାପ୍ରତି ଛୁଇଁପାରେ । ଲାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ ଓ ବଢ଼ି ୧୪୫ କିଲୋମିଟର ରହିପାରେ । ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ଫଳରେ ଆସନ୍ତା ୧୫ ତାରିଖ ଯାଏ ଆରବ ସାଗରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login