The Ultimate Managed Hosting Platform
ADVERTISEMENT

ଆଜି ଭାରତ-ୱେଷ୍ଟଇଣ୍ଡିଜ ଭିତରେ ହେବ ଲଢେଇ

Facebook
Twitter
LinkedIn

ନୂଆଦିଲ୍ଲୀ : ଆଜି ଭାରତ ୱେଷ୍ଟଇଣ୍ଡିଜ ଭିତରେ ଅନୁଷ୍ଠିତ ହେବ ପ୍ରଥମ ଦିନିକିଆ ମ୍ୟାଚ । ସନ୍ଧ୍ୟା ୭ଟାରେ ବାର୍ବାଡୋସରେ ଖେଳାଯିବ ମ୍ୟାଚ । ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳିବେ ଦୁଇ ଟିମ୍ । ଅପରାଜେୟ ଧାରା ବଜାୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଲଗାତାର ୧୩ଟି ସିରିଜ ବିଜୟ ଲକ୍ଷ୍ୟରେ ଭାରତ ।
ଉଭୟ ଦଳଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଶୃଙ୍ଖଳାରେ ୨୦୦୬ ମସିହା ପରଠୁ ଭାରତ କେବେ ବି ପରାଜିତ ହୋଇନଥିବାରୁ ରୋହିତ ଶର୍ମାଙ୍କ ଦଳ ଏହି ଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି । ଦିନିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ବାର୍ବାଡୋସ୍ରେ ଏବଂ ଶେଷ ମ୍ୟାଚ୍ ତ୍ରିନିଦାଦରେ ଖେଳାଯିବ। ସମସ୍ତ ମ୍ୟାଚ୍ ସନ୍ଧ୍ୟା ୭ଟା ରେ ଆରମ୍ଭ ହେବ। ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୧-୦ ରେ ଜିତିବା ପରେ ଦିନିକିଆରେ ଭାରତ କ୍ଲିନ୍ ସ୍ୱିପ୍ କରିବାକୁ ଲକ୍ଷ୍ୟ ରଖିଛି । ବିରାଟ, ରୋହିତ ଟେଷ୍ଟରେ ଶତକ ହାସଲ କରି ଭଲ ଫର୍ମରେ ଥିବା ବେଳେ ସୂର୍ୟ୍ୟକୁମାର, ଇଶାନ କିସନ୍ ଓ ଚହଲଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login