The Ultimate Managed Hosting Platform
ADVERTISEMENT

ଆଜି ଭାରତ -ପାକ ଲଢେଇ

Facebook
Twitter
LinkedIn

ନୂଆଦିଲ୍ଲୀ :ଏସିଆ କପରେ ଆଜି ହାଇଭୋଲଟେଜ ଲଢେଇ । ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ ହେବେ ମୁହାଁମୁହିଁ । ଶ୍ରୀଲଙ୍କାର ପାଲେକେଲେ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ସାରା ଦେଶ ଓ ବିଶ୍ୱର କ୍ରିକେଟ ଫ୍ୟାନ ଏହି ମ୍ୟାଚ୍ ଉପରେ ନଜର ରଖିଛନ୍ତି । ଆଜି ଅପରାହ୍ଣ ୩ଟାରେ ଶ୍ରୀଲଙ୍କାର ପାଲକେଲ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ଜିତି ଏସିଆ କପ୍ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ରୋହିତ ବାହିନୀ । ପାକିସ୍ତାନକୁ ଧୂଳି ଚଟାଇବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ।ଆଜିର ମ୍ୟାଚରେ ବର୍ଷା ବାଧକ ସାଜିବା ଆଶଙ୍କା । ଭାରତର ବ୍ୟାଟିଂ ପାଓ୍ୱାର ହାଉସ୍ ସାଜିବେ ହିଟ୍ ମ୍ୟାନ୍ ରୋହିତ ଶର୍ମା, ରନ୍ ମେସିନ୍ ବିରାଟ କୋହଲି, ବିସ୍ଫୋରକ ଓପନର ଶୁଭମନ୍ ଗିଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା । ପାକିସ୍ତାନ ବିପକ୍ଷ ଓ୍ୱାନ ଡେରେ ରୋହିତ ଓ ବିରାଟ ଅଧିକ ରନ୍ କରିଛନ୍ତି । ଏମାନେ ଠିଆ ହେଲେ ବଡ଼ ସ୍କୋର ହେବ । ଲୋକେଶ ରାହୁଲ ଖେଳୁ ନଥିବାରୁ ତାଙ୍କ ସ୍ଥାନରେ ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଭାବରେ ଇଶାନ୍ କିଷାନଙ୍କୁ ସୁଯୋଗ ମିଳିପାରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login