ଭୁବନେଶ୍ୱର : ଆଜି ଆନ୍ତର୍ଜାତୀୟ ଶ୍ରମିକ ଦିବସ। ମେ’ ୧ ତାରଖକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଏ। ଆଜି ସାରା ବିଶ୍ୱରେ ଶ୍ରମିକ ଦିବସ ପାଳନ କରାଯାଉଛି। ଶ୍ରମିକମାନଙ୍କୁ ସମ୍ମାନ ଦେବା ସହିତ ଶ୍ରମିକମାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଏହି ଦିନଟିକୁ ପାଳନ କରାଯାଇଥାଏ। ଯାହାଦ୍ୱାରା ସମାଜରେ ଶ୍ରମିକମାନଙ୍କର ସ୍ଥିତି ମଜବୁତ ହୋଇପାରିବ। ସମାଜ ପ୍ରତି ଶ୍ରମିକମାନଙ୍କର ଅବଦାନ ଅତୁଳନୀୟ। ପ୍ରତିବର୍ଷ ୧ ମଇରେ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳନ କରାଯାଏ। ପ୍ରଥମ ଥର ପାଇଁ ୧୮୮୯ରେ ଶ୍ରମ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ଦିନ ପାଳନ କରିବାର ଢାଞ୍ଚା ଆମେରିକାର ଚିକାଗୋ ସହରରୁ ଆରମ୍ଭ ହୋଇଥିଲା ଯେତେବେଳେ ଶ୍ରମିକମାନେ ଏକଜୁଟ ହୋଇ ରାସ୍ତାକୁ ବାହାରିଥିଲେ।
Views: 87











