ଝାରସୁଗୁଡା : ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ଘରେ ଆୟକର ଚଢାଉ । ଝାରସୁଗୁଡା ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆଇଟି ରେଡ । ଆୟକର ଫାଙ୍କି ଅଭିଯୋଗରେ ଆଜି ବି ଜାରି ରହିଛି ଚଢାଉ । ଆୟକର ବିଭାଗର ୧୦ ଜଣିଆ ଟିମ ଚଢାଉରେ ସାମିଲ । ବାସ୍ତବରେ ଗତକାଲିଠାରୁ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବକିଶୋର ଦାସଙ୍କ ଝାରସୁଗୁଡ଼ା ସରବାହାଲସ୍ଥିତ ବାସଭବନ ସମେତ ୨୦ରୁ ଅଧିକ ଠିକଣାରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ ହୋଇଥିଲା।
ଝାରସୁଗୁଡ଼ା ସମେତ ସମ୍ବଲପୁର, ଭୁବନେଶ୍ବର, ଦିଲ୍ଲୀ, ସୁନ୍ଦରଗଡ଼ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ସ୍ବର୍ଗତ ଦାସଙ୍କ ଘର, ବ୍ୟବସାୟିକ ପ୍ରତିଷ୍ଠାନ, କାର୍ୟ୍ୟାଳୟ, ତାଙ୍କ ଘନିଷ୍ଠ ସହଯୋଗୀ ଏବଂ ସଂପର୍କୀୟଙ୍କ ଠିକଣାରେ ଚଢ଼ଉ ହୋଇଥିଲା ।
Views: 8