The Ultimate Managed Hosting Platform
ADVERTISEMENT

ଆଜି ପୈାଷ ପୂର୍ଣ୍ଣିମା ; ଶ୍ରୀଜିଉଙ୍କ ସୁନାବେଶ

Facebook
Twitter
LinkedIn

ପୁରୀ : ଆଜି ପୈାଷ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ ନୀତି । ୧୦୮ ଗରା ମିଶ୍ରିତ ଜଳରେ ଅଭିଷେକ ହେବେ ମହାପ୍ରଭୁ । ରତ୍ନ ସିଂହାସନରେ ଦିବ୍ୟ ଦୁଲର୍ଭ ସୁନାବେଶ ଦର୍ଶନ କରିବେ ଶ୍ରୀଜିଉ । ବର୍ଷକୁ ମହାପ୍ରଭୁଙ୍କର ୫ ଥର ହୋଇଥାଏ ସୁନାବେଶ । ରତ୍ନ ସିଂହାସନରେ ୪ ଥର , ରଥ ଉପରେ ଥରେ ସୁନାବେଶ ହୋଇଥାଏ । ସକାଳଧୂପ ପରେ ସ୍ୱର୍ଣ୍ଣ ଓ ରତ୍ନ ଖଚିତ ଅଳଙ୍କାରରେ ମହାପ୍ରଭୁ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ । ପ୍ରଭୁ ଶ୍ରୀରାମ ୧୪ ବର୍ଷ ବନବାସ ପରେ ଆଜି ଦିନରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ସିଂହାସନରେ ଅଧିଷ୍ଠିତ ହୋଇଥିଲେ । ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପୌଷପୁର୍ଣ୍ଣିମା ଅର୍ଥାତ୍ ଆଜିର ଦିନରେ ରତ୍ନସିଂହାସନରେ ମହାପ୍ରଭୁଙ୍କର ଅଭିଷେକ ନୀତି ସଂପନ୍ନ ହୋଇଥାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login