ନୂଆଦିଲ୍ଲୀ : ଘନ କୁହୁଡି ପାଇଁ ଦିଲ୍ଲୀରେ ଆଜି ପୁଣି ୧୦୦ରୁ ଉଦ୍ଧ୍ୱର୍ ବିମାନ ବାତିଲ । ଅନ୍ତର୍ଜାତୀୟ ଇନ୍ଦିରାଗାନ୍ଧୀ ବିମାନବନ୍ଦରରେ ଉଡାଣ ବାତିଲ ହୋଇଛି । ଆସିବାକୁ ଥିବା ୬୬ ଓ ଛାଡିବାକୁ ଥିବା ୬୩ ବିମାନର ଉଡାଣ ବାତିଲ । ଅନ୍ୟପଟେ ଦିଲ୍ଲୀ ବିମାନବନ୍ଦର ଯାତ୍ରୀଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି ।
ସୂଚନାନୁଯାୟୀ, ଗତକାଲି ଘନ କୁହୁଡ଼ି ପାଇଁ ଇନ୍ଦିରା ଗାନ୍ଧୀ ଆନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରୁ ଅତି କମରେ ୧୭୭ଟି ବିମାନ ବାତିଲ ଏବଂ ୫୦୦ରୁ ଅଧିକ ବିଳମ୍ବ ହୋଇଥିଲା । ଏହାରି ମଧ୍ୟରେ ଏୟାରଲାଇନ୍ସ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ଯାତ୍ରୀମାନଙ୍କୁ ଘରୁ ବାହାରିବା ପୂର୍ବରୁ ବିମାନ ଅପଡେଟ୍ ପାଇଁ ଏୟାରଲାଇନ୍ସ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି ।
Views: 88











