ପୁରୀ : ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ । ନିଜ ପରିବାରକୁ ନିରୋଗ ରଖିବାକୁ ଆଜି ସୂର୍ୟ୍ୟ ଦେବତାଙ୍କୁ ପୂଜା କରାଯାଇଥାଏ। ପ୍ରାତଃ, ମଧ୍ୟାହ୍ନ ଓ ଅପରାହ୍ନରେ ସୂର୍ୟ୍ୟ ଦେବତାଙ୍କୁ ପୂଜା କରିଯାଏ। ଶାମ୍ବ ଦଶମୀ ଅବସରରେ ଗାୟତ୍ରୀ ପରିବାର ପକ୍ଷରୁ କୋଣାର୍କ ଚନ୍ଦ୍ରଭାଗାରେ ସୂର୍ୟ୍ୟ ଆଳତି କରାଯାଇଛି। ଏହା ସହିତ ଅନନ୍ତ ଅବଧୂତ ମଠଠାରୁ ଚନ୍ଦ୍ରଭଗା ପର୍ୟ୍ୟନ୍ତ ସୂର୍ୟ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ସୂର୍ୟ୍ୟରଥ ୨୭ ଦିନ ପର୍ୟ୍ୟନ୍ତ ଚନ୍ଦ୍ରଭାଗାରେ ରହି ମାଘ ସପ୍ତମୀରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥାଏ । ପୌରାଣିକ ମତ ଅନୁସାରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶାପ ଜନିତ ବ୍ୟାଧିରୁ ମୁକ୍ତି ପାଇଁ ଆଜିର ଦିନରେ ଚନ୍ଦ୍ରଭାଗା ନଦୀରେ ସ୍ନାନ କରି ସୂର୍ୟ୍ୟଙ୍କ ଆଶୀର୍ବାଦରୁ ବ୍ୟାଧି ମୁକ୍ତ ହୋଇଥିଲେ । ଆଜିର ଦିନରେ ସୂର୍ୟ୍ୟନାରାୟଣଙ୍କ ଦକ୍ଷିଣାୟନ ଓ ଉତ୍ତରାୟଣ ଚଳନ୍ତି ପ୍ରତିମା ରଥାରୁଢ଼ ହୋଇ ଚନ୍ଦ୍ରଭାଗା ତୀର୍ଥରେ ନିକଟରେ ଥିବା ଛୋଟାବାବା ମଠ ନିକଟକୁ ଯାଇଥାନ୍ତି । ରଥ ଉପରେ କାକରା, ବରା ଓ ପୋଡ ପିଠା ଲାଗି ପରେ ମଠ ମହନ୍ତ ଛେରା ପହରା କରିଥାନ୍ତି । ଶତାଧିକ ଶ୍ରଦ୍ଧାଳୁ ଏକାଠି ହୋଇ ରଥ ଟାଣି ନେଇ ଚନ୍ଦ୍ରଭାଗା କୂଳରେ ପହଞ୍ଚାଇଥାନ୍ତି । ସେଠାରେ ଆସନ୍ତା ପବିତ୍ର ମାଘ ଶୁକ୍ଳ ସପ୍ତମୀ ପର୍ୟ୍ୟନ୍ତ ସେଠାରେ ଅବସ୍ଥାନ କରିଥାନ୍ତି ।
ଆଜି ପବିତ୍ର ଶାମ୍ବ ଦଶମୀ, କୋଣାର୍କ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











