ପୁରୀ : ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ । ନିଜ ପରିବାରକୁ ନିରୋଗ ରଖିବାକୁ ଆଜି ସୂର୍ୟ୍ୟ ଦେବତାଙ୍କୁ ପୂଜା କରାଯାଇଥାଏ। ପ୍ରାତଃ, ମଧ୍ୟାହ୍ନ ଓ ଅପରାହ୍ନରେ ସୂର୍ୟ୍ୟ ଦେବତାଙ୍କୁ ପୂଜା କରିଯାଏ। ଶାମ୍ବ ଦଶମୀ ଅବସରରେ ଗାୟତ୍ରୀ ପରିବାର ପକ୍ଷରୁ କୋଣାର୍କ ଚନ୍ଦ୍ରଭାଗାରେ ସୂର୍ୟ୍ୟ ଆଳତି କରାଯାଇଛି। ଏହା ସହିତ ଅନନ୍ତ ଅବଧୂତ ମଠଠାରୁ ଚନ୍ଦ୍ରଭଗା ପର୍ୟ୍ୟନ୍ତ ସୂର୍ୟ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ସୂର୍ୟ୍ୟରଥ ୨୭ ଦିନ ପର୍ୟ୍ୟନ୍ତ ଚନ୍ଦ୍ରଭାଗାରେ ରହି ମାଘ ସପ୍ତମୀରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥାଏ । ପୌରାଣିକ ମତ ଅନୁସାରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶାପ ଜନିତ ବ୍ୟାଧିରୁ ମୁକ୍ତି ପାଇଁ ଆଜିର ଦିନରେ ଚନ୍ଦ୍ରଭାଗା ନଦୀରେ ସ୍ନାନ କରି ସୂର୍ୟ୍ୟଙ୍କ ଆଶୀର୍ବାଦରୁ ବ୍ୟାଧି ମୁକ୍ତ ହୋଇଥିଲେ । ଆଜିର ଦିନରେ ସୂର୍ୟ୍ୟନାରାୟଣଙ୍କ ଦକ୍ଷିଣାୟନ ଓ ଉତ୍ତରାୟଣ ଚଳନ୍ତି ପ୍ରତିମା ରଥାରୁଢ଼ ହୋଇ ଚନ୍ଦ୍ରଭାଗା ତୀର୍ଥରେ ନିକଟରେ ଥିବା ଛୋଟାବାବା ମଠ ନିକଟକୁ ଯାଇଥାନ୍ତି । ରଥ ଉପରେ କାକରା, ବରା ଓ ପୋଡ ପିଠା ଲାଗି ପରେ ମଠ ମହନ୍ତ ଛେରା ପହରା କରିଥାନ୍ତି । ଶତାଧିକ ଶ୍ରଦ୍ଧାଳୁ ଏକାଠି ହୋଇ ରଥ ଟାଣି ନେଇ ଚନ୍ଦ୍ରଭାଗା କୂଳରେ ପହଞ୍ଚାଇଥାନ୍ତି । ସେଠାରେ ଆସନ୍ତା ପବିତ୍ର ମାଘ ଶୁକ୍ଳ ସପ୍ତମୀ ପର୍ୟ୍ୟନ୍ତ ସେଠାରେ ଅବସ୍ଥାନ କରିଥାନ୍ତି ।
ଆଜି ପବିତ୍ର ଶାମ୍ବ ଦଶମୀ, କୋଣାର୍କ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ

Facebook
Twitter
LinkedIn
Facebook
Twitter
LinkedIn
Recent News
ଜଳିଗଲା ୩ ମହଲା ଘର
ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...
ବିହାର ପାଇଁ ଜେଡିୟୁର ପ୍ରାର୍ଥୀ ଘୋଷଣା
ବିହାର : ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୭ ଜଣଙ୍କ ନାଁ । ଚିରାଗ ପାଶୱାନ ଦାବି କରୁଥିବା ୪ଟି ସିଟରେ ପ୍ରାର୍ଥୀ ଦେଲା ଜେଡିୟୁ ।...
ନାଣ୍ଡୁ ଅପରାଧି ଚରିତ୍ରର ବ୍ୟକ୍ତି ; ଭକ୍ତ ଦାସ
ଭୁବନେଶ୍ୱର : କଂଗ୍ରେସ ଭବନ ବାହାରେ ହାଇଡ୍ରାମାକୁ ନେଇ ପିସିସି ସଭାପତିଙ୍କ ସ୍ପଷ୍ଟ ମତ । ନାଣ୍ଡୁ ଧଳ ଜଣେ ଅପରାଧିକ ଚରିତ୍ରର ବ୍ୟକ୍ତି । ସେ...
ସ୍କୁଲ ବସ-ବାଇକ ମୁହାଁମୁହିଁ ଧକ୍କା , ବାଇକ ଚାଳକ ମୃତ
ଉମରକୋଟ : ସ୍କୁଲ ବସ୍ ଓ ବାଇକ ମୁହାଁମୁହିଁ ଧକ୍କା । ବାଇକ ଚାଳକ ମୃତ, ୩ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଗଞ୍ଜାପାର...