ଭୁବନେଶ୍ୱର : ଆଜି ପବିତ୍ର ବଡ଼ିଦନ । ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ବଡ଼ଦିନ ପାଇଁ ଚଳଚଞ୍ଚଳ ସାରାବିଶ୍ବ । ଏଥିପାଇଁ ବିଭିନ୍ନ ଚର୍ଚ୍ଚ ଗୁଡ଼ିକ ସଜେଇ ହୋଇଛି। ଚିକମିକ୍ ଲାଇଟରେ ଝଲସୁଛି । ବଡ଼ ଦିନ ପାଳନ କରିବାକୁ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇ ଭଉଣୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଛି। ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । କ୍ୟାରୋଲ ସଙ୍ଗ ଗାଇବା ପରେ ଯୀଶୁଙ୍କ ଜୀବନ କଥା ଶୁଣିଥିଲେ ଶତାଧିକ ଖ୍ରୀଷ୍ଟ ଧର୍ମାବଲମ୍ବୀ । ବଡ଼ ଦିନ ପାଇଁ ଚର୍ଚ୍ଚ କର୍ତ୍ତୃପକ୍ଷ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସମସ୍ତଙ୍କୁ ବଡ଼ ଦିନର ଶୁଭେଚ୍ଛା । ଗତକାଲି ବିଳମ୍ବିତ ରାତିରେ ଚର୍ଚ୍ଚ ଗୁଡିକରେ ପ୍ରଭୁ ଯୀଶୁଙ୍କ ଜନ୍ମ ଉତ୍ସବ ପାଳନ ପରେ ଆଜି ସକାଳୁ ଚାଲିଛି ସ୍ୱତନ୍ତ୍ର ପ୍ରାର୍ଥନା ।
Views: 64











