ପୁରୀ : ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପହିଲି ଭୋଗ ନୀତି । ଆଜିଠୁ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପର୍ୟ୍ୟନ୍ତ ଚାଲିବ। ଶ୍ରୀମନ୍ଦିରରେ ପହିଲି ଭୋଗ ନୀତିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଚୂଡାନ୍ତ କରାଯାଇଛି । ପରମ୍ପରା ଅନୁଯାୟୀ ଗୋପଳ ବଲ୍ଲଭ ଅବସରରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି କରାଯାଇଛି । ରାତିରୁ ଶ୍ରୀମନ୍ଦିର ଦ୍ୱାର ଖୋଲାଯାଇ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି କରାଯାଇଥିଲା। ଆଜିଠୁ ଏକମାସ ଧରି ମହାପ୍ରଭୁଙ୍କ ବିଶେଷ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଗୋପାଳ ବଲ୍ଳଭ ଭୋଗ ସମୟରେ ପହିଲି ଭୋଗ କରାଯାଇଥାଏ।
Views: 111











