ଆଜି ନୀଳାଦ୍ରି ବିଜେପୁରୀ : ଆଜି ନୀଳାଦ୍ରି ବିଜେ । ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପରେ ନୀଳକନ୍ଦରକୁ ଫେରିବେ ମହାବାହୁ । ରତ୍ନ ବେଦୀରେ ପୁଣି ଶୋଭା ପାଇବେ ତିନି ଠାକୁର । ଅପରାହ୍ନ ୪ଟା ଆରମ୍ଭ ହେବ ପହଣ୍ଡି । ନଅ ଦିନ ଧରି ଚାଲିଥିବା ରଥ ଯାତ୍ରାରେ ଆଜି ହେଉଛି ଶେଷ ପର୍ବ । ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ବ୍ରହ୍ମାଣ୍ଡ ଠାକୁର। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ଅଧର ନୀତି ଶେଷ ପରେ ଆଜିର ନୀତି ଆରମ୍ଭ ହେବ। ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରିଛି।
Views: 104











