ଭୁବନେଶ୍ୱର : ଆଜି ହାଇଦ୍ରାବାଦରେ ଓଡିଶା ନିବେଶକ ସମ୍ମିଳନୀର ମେଗା ରୋଡ ଶୋ । ପ୍ରଥମ ଦିନରେ ୩୮, ୭୦୦ କୋଟି ଟଙ୍କାର ନିବେଶ ସୁଯୋଗ । ସ୍ୱାକ୍ଷରିତ ହୋଇଛି ୧୯ ହଜାର ୨୦୦ କୋଟି ଟଙ୍କାର ୭ଟି ଏମଓୟୁ ପ୍ରମୁଖ ଶିଳ୍ପପତିଙ୍କ ସହିତ ସିଏମ ମୋହନ ମାଝୀଙ୍କ ଆଲୋଚନା ।ମୁଖ୍ୟମନ୍ତ୍ରୀ ଫାର୍ମା, ସ୍ୱାସ୍ଥ୍ୟ ଉପକରଣ, ଗ୍ରୀନ୍ ଏନର୍ଜି, ଅଟୋମୋବାଇଲ୍ ଏବଂ ଇଞ୍ଜିନିୟରିଂ କ୍ଷେତ୍ରର ବଡ଼ ବଡ଼ ଶିଳ୍ପପତିମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ପ୍ରଥମ ଦିନର ୧୫ଟି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏଥିରେ ୭ଟି ପ୍ରକଳ୍ପ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।ଓଡ଼ିଶାରେ ନୂତନ ପୁଞ୍ଜି ନିବେଶ ଏବଂ ଶିଳ୍ପ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଇ ଦିନିଆ ହାଇଦ୍ରାବାଦ ଗସ୍ତରେ ପହଞ୍ଚିଛନ୍ତି । ଆଜି ରୋଡ୍-ସୋ ଅନୁଷ୍ଠିତ ହେବ । ଓଡ଼ିଶା ନିବେଶକ ସମ୍ମିଳନୀ’ର ପ୍ରଥମ ଦିନରେ ରାଜ୍ୟ ପାଇଁ ବଡ଼ ସଫଳତା ମିଳିଛି ।
Views: 76











