ଭୁବନେଶ୍ବର: ଆଜି ନଭେମ୍ବର ୧୪ ତାରିଖ ଶିଶୁଦିବସ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଜନ୍ମଦିନ । ଏହି ଅବସରରେ ଦେଶର ବିଭିନ୍ନ ସ୍କୁଲରେ ଶିଶୁ ଦିବସ ପାଳନ ହେଉଛି । ୧୯୬୪ ମସିହା ମଇ ୨୭ରେ ନେହରୁଙ୍କ ପରଲୋକ ହୋଇଥିଲା । ସେହି ବର୍ଷଠାରୁ ତାଙ୍କର ଜନ୍ମଦିନକୁ ଶିଶୁଙ୍କ ପାଇଁ ଉତ୍ସର୍ଗ କରାଯାଇଥିଲା । ଯାହାକି ପ୍ରତ୍ୟେକ ବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁଦିବସ ରୂପେ ପାଳନ କରାଯାଉଛି । ଏଥିସହ ପଣ୍ଡିତ ଜବାହରଲାଲ ନେହରୁଙ୍କୁ ମଧ୍ୟ ନବଭାରତ ନିର୍ମାତା ବୋଲି କୁହାଯାଉଛି । ଜବାହାର ଲାଲ ନେହେରୁ ସମସ୍ତଙ୍କ ପ୍ରିୟ ଚାଚା ନେହେରୁ ନାମରେ ବେଶ୍ ପରିଚିତ ଥିଲେ ।
ଶିଶୁଙ୍କ ଅଧିକାର, ଶିକ୍ଷା ଓ ମଙ୍ଗଳ ପାଇଁ ଶିଶୁ ଦିବସ ପାଳନ କରାଯାଏ । ଶିଶୁମାନଙ୍କୁ ପଣ୍ଡିତ ଜବାହରଲାଲ ନେହରୁ ବହୁତ ଶ୍ରଦ୍ଧା କରୁଥିଲେ । ପିଲାମାନଙ୍କୁ ଈଶ୍ବରଙ୍କ ରୂପ ମନେକରୁଥିଲେ । ଶିଶୁମାନଙ୍କ ସହ ନେହେରୁ ସମୟ ଅତିବାହିତ କରିବାକୁ ଭଲ ପାଉଥିଲେ । ସବୁବେଳେ ପିଲାମାନଙ୍କର ସଂସ୍କାର ଓ ଉତ୍ତମ ଶିକ୍ଷା ଉପରେ ଧ୍ୟାନ ରଖୁଥିଲେ ନେହେରୁ । ଦେଶର ଆଗାମୀ ପିଢ଼ି ଶିଶୁମାନେ ହୋଇଥିବାରୁ ସେମାନଙ୍କ ଶାରିରୀକ ଓ ମାନସିକ ବିକାଶ ନେଇ ସବୁବେଳେ ଧ୍ୟାନ ଦେଇଆସୁଥିଲେ ।
ଆଜି ନଭେମ୍ବର ୧୪ ଶିଶୁ ଦିବସ, ଜବାହାରଲାଲ ନେହେରୁଙ୍କ ଜନ୍ମ ଦିନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











