କୋଲକତା : ବିଶ୍ୱକପ କ୍ରିକେଟର ଆଜି ଦ୍ୱିତୀୟ ସେମି ଫାଇନାଲ । ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଟକ୍କର । କୋଲକତା ଇଡେନ ଗାର୍ଡେନରେ ହେବ ହାଇଭୋଲଟେଜ ମ୍ୟାଚ । ଆଜିର ବିଜୟୀ ଟିମ୍ ଫାଇନାଲରେ ଭାରତକୁ ଭେଟିବ ।
ଗତକାଲି ପ୍ରଥମ ସେମିଫାଇନାଲ ମ୍ୟାଚ ହୋଇଥିବା ବେଳେ ନ୍ୟୁଜିଲାଣ୍ଡକୁ ମାତ ଦେଇ ଫାଇନାଲରେ ପ୍ରବେଶ କରିଥିଲା ଭାରତ । ଲଗାତାର ୧୦ ବିଜୟ ସହ ଭାରତ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି।ବିରାଟ ଏବଂ ଶ୍ରେୟସଙ୍କ ଶତକ ପରେ ମହମ୍ମଦ ସାମିଙ୍କ ଘାତକ ବୋଲିଂରେ ଭାରତ ବିଶ୍ୱକପ ଫାଇନାଲରେ ପହଞ୍ଚିଛି । ଦୀର୍ଘ ୧୨ ବର୍ଷ ପରେ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ସେମି ଫାଇନାଲ ମ୍ୟାଚ୍ବି ଜିତି ବିଶ୍ୱକପ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ।
Views: 119