ଭୁବନେଶ୍ୱର : ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ବିଶ୍ବକର୍ମା ପୂଜା ପାଇଁ ଚଳଚଞ୍ଚଳ ଶିଳ୍ପ ଅଞ୍ଚଳ । ବିଭିନ୍ନ ମଣ୍ଡପରେ ପୂଜା ପାଇବେ ପ୍ରଭୁ ବିଶ୍ବକର୍ମା । ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକ ମାଳାରେ ଝଲସୁଛି ପୂଜା ମଣ୍ଡପ। ପ୍ରତ୍ୟେକ ଅନୁଷ୍ଠାନ ଘଟ ସ୍ଥାପନ କରିବା ପରେ ପୂଜା କାର୍ୟ୍ୟ ଆରମ୍ଭ କରିବେ । ଏଥର ବିଭିନ୍ନ ଥିମ୍ ରେ ମଣ୍ଡପ ସଜାଯାଇଛି। ରଙ୍ଗ ବେରଙ୍ଗର ଆଲୋକ ମାଳା ସାଂଗକୁ ଭଳିକି ଭଳି ସୁସଜ୍ଜିତ ସୁଉଚ୍ଚ ତୋରଣ ଓ ତୋରଣ ମଧ୍ୟରେ ବିରାଜମାନ କରିଛନ୍ତି ଦେବଶିଳ୍ପୀ । କେଉଁଠି ବିଭିନ୍ନ ରାଜ୍ୟର ମନ୍ଦିରର ଭ୍ରମ ସୃଷ୍ଟି କରୁଛି ତ କେଉଁଠି କାଚ ଓ ଚୁମୁକି ଓ ସୋଲ ସହିତ ସଢେଇରେ କାରିଗରମାନେ ମେଢ଼କୁ ଆକର୍ଷଣୀୟ କରିଥିବା ଦେଖିବାକୁ ମିଳିଛି। ବିଭିନ୍ନ ପୂଜାମଣ୍ଡପ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଥିବା ବେଳେ ଦେବଶିଳ୍ପୀଙ୍କ ମୃଣ୍ମୟ ମୂର୍ତ୍ତିକୁ ଆକର୍ଷଣୀୟ କରିବା ପାଇଁ ଅନେକ ପୂଜା ମଣ୍ଡପରେ ନିର୍ମାଣ ଦେବତା ବିଶ୍ୱକର୍ମାଙ୍କ ସହିତ ବିଭିନ୍ନ ଦେବାଦେବୀର ଚିତ୍ରକୁ ଅତି ସୁନ୍ଦର ଭାବରେ ନିର୍ମାଣ କରିଛନ୍ତି ଶିଳ୍ପୀ । ଯାହା ଚଳିତବର୍ଷର ବିଶ୍ୱକର୍ମା ପୂଜାରେ ଦର୍ଶକଙ୍କୁ ଆକର୍ଷିତ କରିବା ସହିତ ୮ ଧରି ବିଭିନ୍ନ ପୂଜାମଣ୍ଡପରେ ଓଡିଶା ତଥା ଓଡିଶା ବାହାରର କଳାକାରମାନଙ୍କ ଦ୍ୱାରା ସଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣର ଆୟୋଜନ କରାଯାଇଥିବା ନେଇ ପୂଜକମିଟିର ସଦସ୍ୟ ପ୍ରକାଶ କରିଛନ୍ତି।
ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...