ପୁରୀ : ଆଜି ଚମ୍ପକ ଦ୍ୱାଦଶୀ । ଆଜିର ତିଥିରେ ଶ୍ରୀମନ୍ଦିରରେ ଦେବଦମ୍ପତିଙ୍କ ଗୁଆଲି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥାଏ । ଛତିଶା ନିଯୋଗ ସେବାୟତମାନଙ୍କ ପକ୍ଷରୁ ଏହି ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥାଏ । ଦେବଦମ୍ପତି ତଥା ପ୍ରଭୁ ମଦନମୋହନ ଓ ମା’ ଶ୍ରୀଦେବୀ(ରୁକ୍ମିଣୀ) ନଗର ପରିକ୍ରମା ସହିତ ପନ୍ତି ଭୋଗ ଗ୍ରହଣ କରନ୍ତି । ନଗର ପରିକ୍ରମାରେ ମହାପ୍ରଭୁ ଓ ମା ଲକ୍ଷ୍ମୀ ପାଲିଙ୍କିରେ ପ୍ରଥମେ ଶ୍ରୀନହରକୁ ଆସି ସେଠି ବନ୍ଦାପନା ନୀତି ପରେ ଜମ୍ବେଶ୍ୱର ମହାଦେବଙ୍କ ମନ୍ଦିରକୁ ଯାଇ ପଂଚଗ୍ରାସ ନୀତି ରହିଛି । ଏହି ସମୟରେ ଶହ ଶହ ସଂଖ୍ୟାରେ ଭକ୍ତ ପଟୁଆରରେ ସାମିଲ ହୋଇଥାନ୍ତି । ଶ୍ରୀମନ୍ଦିରରେ ସକାଳ ଧୂପ ଓ ଭୋଗମଣ୍ଡପ ପରେ ଭିତରେ ଆଲଟ ଲାଗି କରାଯାଇ ମହାସ୍ନାନ କରାଯାଇଥାଏ । ଏହାପରେ ନୂଆ ଲୁଗା ଲାଗି ଓ ଚନ୍ଦନ ଲାଗି କରାଯାଇଥାଏ।
Views: 64