The Ultimate Managed Hosting Platform
ADVERTISEMENT

ଆଜି ଗଭୀର ଅବପାତ !

Facebook
Twitter
LinkedIn

ଭୁବନେଶ୍ୱର :ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଅବପାତ । ଘନୀଭୂତ ହୋଇ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଆଜି ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା । କାଲି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ । ଏବେ ପୁଡୁଚେରୀ ଓ ଚେନ୍ନାଇ ଠାରୁ ୬୩୦ କିମି ଦୂରରେ ଅବସ୍ଥିତ । ସମୁଦ୍ରରୁ ବଳ ଗୋଟାଇ ଅଧିକ ଘନୀଭୂତ ହେବ ଗଭୀର ଅବପାତ । ଆଜି ମଧ୍ୟରାତ୍ରି କିମ୍ବା ଆସନ୍ତାକାଲି ସକାଳ ସୁଦ୍ଧା ଦାନା ବାନ୍ଧିବ ସାଇକ୍ଲୋନ୍ । ବାତ୍ୟାର ନାଁ ରହିବ ମିଗଜମ।
ଏହାପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୪ ତାରିଖ ବେଳକୁ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବ ବାତ୍ୟା । ୫ ତାରିଖରେ ଲାଣ୍ଡଫଲ୍ କରିବ ସାଇକ୍ଲୋନ୍ ମିଗଜମ୍ । ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଓ ମଛଲିପଟ୍ଟନମ୍ ମଧ୍ୟରେ ମଧ୍ୟାହ୍ମରେ ସ୍ଥଳଭାଗ ଅତିକ୍ରମ କରିବ । ଲାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ରହିପାରେ । ପବନର ବେଗ ବଢ଼ି ୧୦୦ କିଲୋମିଟର ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login