ଗଞ୍ଜାମ : ଆଜି ଗଞ୍ଜାମ ଗସ୍ତରେ ଯିବେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । କ୍ଷେତ ବୁଲିବେ ତା ସହ ଚାଷୀଙ୍କୁ ଭେଟିବେ । ଫସଲ କ୍ଷତି ସମ୍ପର୍କରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହଙ୍କ ସହ ପରିସ୍ଥିତି ସମ୍ପର୍କ ରେ ଆଲୋଚନା କରିବେ। ଚାଷୀ କିପରି ସଠିକ କ୍ଷତିପୂରଣ ପାଇବେ ସେନେଇ ଧ୍ୟାନ ଦେବାକୁ କହିବେ। ନବୀନ ଗଞ୍ଜାମର ହିଞ୍ଜିଳି,ଶେରଗଡ଼, କବିସୂର୍ୟ୍ୟନଗର ଆସିକା ଓ ଖଲିକୋଟ ଆଦି ସ୍ଥାନରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ ।ଆସନ୍ତାକାଲି ପୁରୀ,କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଗସ୍ତରେ ଯିବେ ନବୀନ।ପୁରୀର ସତ୍ୟବାଦୀ ,କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ,କଟକର ସାଲେପୁର ଓ ଜଗତସିଂହପୁରର ବାଲିକୁଦା ବ୍ଲକ ଆଦି ସ୍ଥାନ ମାନଙ୍କରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ ନବୀନ।
Views: 40