ସମ୍ବଲପୁର : ଆଜି ଖୋଲିବ ହୀରାକୁଦ ଗେଟ୍ । ସକାଳ ୧୦ଟାରେ ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ । ପ୍ରଥମ ପର୍ୟ୍ୟାୟରେ ୫ଟି ଗେଟ୍ ଖୋଲିବ । ବାମପଟୁ ୩ଟି ଓ ଡାହାଣ ପଟୁ ୨ଟି ଗେଟ୍ ଖୋଲାଯିବ। ପରମ୍ପରା ଅନୁଯାୟୀ ପ୍ରଥମେ ୭ ନମ୍ବର ଗେଟ୍ ଖୋଲାଯିବ । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୯.୬ ଫୁଟ୍ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୨୨ ହଜାର ୯୦୬ କ୍ୟୁସେକ ଜଳ ପ୍ରବେଶ କରୁଥିିବାବେଳେ ୩୭ ହଜାର ୮୪୭ କ୍ୟୁସେକ ଜଳ ନିଷ୍କାସନ ହେଉଛି ।
Views: 23