ସୁନ୍ଦରଗଡ : ତାଲିମ ଓ ନିଯୁକ୍ତି ନାମରେ ତାମିଲନାଡୁର କୋଟିୟାରରେ ସୁନ୍ଦରଗଡ଼ର ୯୦ ଜଣ ଝିଅ ନିର୍ୟାତନା ଭୋଗୁଥିବା ଓ ଘରକୁ ଫେରିବାକୁ ଚାହୁଥିଲେ ବି ସେମାନଙ୍କୁ କମ୍ପାନି ଛାଡ଼ୁ ନଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ କୋଶଳ ସମାଜ ଆଜି ସୁନ୍ଦରଗଡ଼ ବନ୍ଦ ଡାକରା ଦେଇଛି। ଫଳରେ ଯାନବାହାନ ଚଳାଚଳ ସହ ଦୋକାନବଜାର ବନ୍ଦ ରହିଛି। ସରକାରଙ୍କ କୌଶଳ ବିକାଶ ଯୋଜନାର ପଠାଯାଇଥିବା ଝିଅମାନଙ୍କୁ ଫେରାଇ ଆଣିବାକୁ ଜିଲ୍ଲା କୌଶଳ ବିକାଶ ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍ ଯାଇଥିଲା। କିନ୍ତୁ ପର୍ୟ୍ୟାୟକ୍ରମେ ଝିଅମାନେ ଫେରିବେ ବୋଲି ଅଭିଭାବକଙ୍କୁ ସୂଚନା ଦିଆଯିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସରକାରଙ୍କ କୌଶଳ ବିକାଶ ଯୋଜନାର ପଠାଯାଇଥିବା ଝିଅଙ୍କୁ ଫେରାଇ ଆଣିବାକୁ ଜିଲ୍ଲା କୌଶଳ ବିକାଶ ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍ ଯାଇଥିଲା। କିନ୍ତୁ ପର୍ୟ୍ୟାୟକ୍ରମେ ଝିଅମାନେ ଫେରିବେ ବୋଲି ଅଭିଭାବକଙ୍କୁ ସୂଚନା ଦିଆଯିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କୌଶଳ ବିକାଶ ଅଧିକାରୀ ନିଜ ସଫେଇରେ କହିଛନ୍ତି ଯେ ବିଭାଗ ପକ୍ଷରୁ ବିଡିଓଙ୍କୁ ଚିଠି କରାଯାଇ ଝିଅଙ୍କୁ ନିଆଯାଇଛି । କିନ୍ତୁ ଏନେଇ ଲେଫ୍ରିପଡ଼ା ବିଡିଓଙ୍କୁ ଫୋନ୍ ଯୋଗେ ପଚାରିବାରୁ କୌଣସି ଚିଠି ଆମର ହସ୍ତଗତ ହୋଇନାହିଁ ବୋଲି ସେ କହିଥିଲେ ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଏଭଳି ସମ୍ବେଦନଶୀଳ ଘଟଣାକୁ କାହିଁକି ଗୁରୁତର ସହ ନିଆଯାଉ ନାହିଁ । ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନ କୁ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା ଶେଷରେ ବାଧ୍ୟ ହୋଇ ସୁନ୍ଦରଗଡ଼ ବନ୍ଦ ଡାକରା ଦେବାକୁ ନିଷ୍ପତି ନେଇଛନ୍ତି ଅଭିଭାବକ ।
ଆଜି କୋଶଳ ସମାଜ ପକ୍ଷରୁ ସୁନ୍ଦରଗଡ ବନ୍ଦ ଡାକରା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











