ନୂଆଦିଲ୍ଲୀ : ଆଜି କାର୍ଗିଲ ବିଜୟ ଦିବସ । ୬୦ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ଶତ୍ରୁ ରାଷ୍ଟ୍ର ପାକିସ୍ତାନକୁ ପରାଜୟର ସ୍ୱାଦ ଚଖାଇ ଥିଲେ ସାହାସୀ ଭାରତୀୟ ବୀର ଯବାନ । ପାକିସ୍ତାନ ଦ୍ୱାରା ପରିଚାଳିତ ସମସ୍ତ ଅଞ୍ଚଳକୁ ଭାରତ ନିଜ ଅଧୀନକୁ ଆଣିବା ସହିତ ଶେଷ ହୋଇଥିଲା । ୧୯୯୯ ମସିହାରେ ହୋଇଥିବା କାର୍ଗିଲ ଯୁଦ୍ଧ, ପାକିସ୍ତାନ ଉପରେ ଭାରତର ବିଜୟକୁ ସ୍ମରଣ କରିବା ତଥା ପାଳନ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୬ରେ ସାରା ଦେଶରେ କାର୍ଗିଲ ଦିବସ ପାଳନ କରାଯାଇଥାଏ । ଏହି ଯୁଦ୍ଧରେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ୫୨୭ ସହିଦଙ୍କୁ ସ୍ମରଣ କରିବା ପାଇଁ ମଧ୍ୟ ଏହି ଦିନ ପାଳନ କରାଯାଏ ।

ଏହି ଯୁଦ୍ଧ ସମୟରେ ସାହସୀ ଭାରତୀୟ ସୈନିକମାନେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ପରାସ୍ତ କରିଥିଲେ । ଯେଉଁମାନେ ବେଆଇନ ଭାବେ କାର୍ଗିଲରେ ଭାରତୀୟ ପୋଷ୍ଟ ଧରିବାକୁ ଉଦ୍ୟମ କରିଥିଲେ । ୨୪ତମ ବାର୍ଷିକୀ ଅବସରରେ ଲାମୋଚେନ୍ ଦ୍ରାସ୍ ଠାରେ ଏକ କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ କାର୍ଗିଲ୍ ଯୁଦ୍ଧର ବିଭିନ୍ନ ଘଟଣାବଳୀକୁ ନେଇ ଏକ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ହୋଇଛି ।