ଭୁବନେଶ୍ୱର : ଆଜି ଓଡ଼ିଶା ଛାଡିବେ ରାଜ୍ୟବାସୀଙ୍କ ପ୍ରିୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଓଡ଼ିଶା ସହ ଥିବା ଦୀର୍ଘ ଦିନର ସମ୍ପର୍କକୁ ନେଇ ଭାବବିହ୍ବଳ ରାଜ୍ୟପାଳ । ତା ପୂର୍ବରୁ ରାଜଭବନରେ ରାଜ୍ୟପାଳଙ୍କୁ ରାଜଭବନ ପରିବାର ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ପ୍ରଫେସର ଗଣେଶୀ ଲାଲ ଖୁବ୍ ଭାବବିହ୍ବଳ ହୋଇ ପଡିଥିଲେ। କହିଥିଲେ, ଓଡ଼ିଶାର ସେବା କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଓଡ଼ିଶା ମୋର ଚିନ୍ତା ଓ ଚେତନାକୁ ଉତ୍ତରିତ କରିଛି। ଓଡ଼ିଶା ମୋତେ ବହୁତ କିଛି ଶିଖାଇଛି। ଓଡ଼ିଆମାନଙ୍କ ଅନାବିଳ ସ୍ନେହ, ଶ୍ରଦ୍ଧା ଓ ସମ୍ମାନକୁ କେବେବି ଭୁଲି ପାରିବି ନାହିଁ।
Views: 72