ଭୁବନେଶ୍ୱର : ଆଜି ଆସିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ସୁନ୍ଦରଗଡରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇବେ । ଏଥିପାଇଁ ସୁନ୍ଦରଗଡରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ୨୦ ଲକ୍ଷରୁ ଅଧିକ ମହିଳା ଉପକୃତ ହେବେ । ମିସ ମ୍ୟାଚ ହୋଇଥିବା ଆକାଉଣ୍ଟକୁ ଯିବନି ଟଙ୍କା । ୫ ଲକ୍ଷ ଆବେଦନକାରୀ ଚଳିତ ଥର ଲାଭବାନ ହୋଇପାରିବେ ନାହିଁ । ଆଧାର, ଆକାଉଣଅଟ ଓ ମୋବାଇଲ ନମ୍ବର ସଂଯୋଗ କରିବା ପରେ ସେମାନେ ଲାଭବାନ ହୋଇପାରିବେ । ଏହାର ସଚେତନତା ଲାଗି ସରକାରୀ ଅଧିକାରୀ ଘରକୁ ଯିବେ । ସମାଧାନ ପରେ ସେମାନେ ଡିସେମ୍ବରରେ ପାଇପାରିବେ ଟଙ୍କା ।
Views: 29