The Ultimate Managed Hosting Platform
ADVERTISEMENT

(ଆଜି ଆପଣଙ୍କ ରାଶିରେ ୨୨.୦୫.୨୩ ରିଖ ସୋମବାର)

Facebook
Twitter
LinkedIn

ମେଷ-ଆଜି ପ୍ରତ୍ୟେକ କ୍ଷେତ୍ରରେ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବାରେ କୌଣସି ଅସୁବିଧା ରହିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ । ବାହାର ଜାଗାରେ ସତର୍କତାର ସହ କାମ କରିବା ଭଲ ହେବ । ହଠାତ୍‌ ଆନୁଷ୍ଠାନିକ କାମରେ ଦୂରଯାତ୍ରା କରିବାକୁ ପଡ଼ିପାରେ ।

ବୃଷ-ଶ୍ରୁତିରୋଚକ କଥା କହି ବନ୍ଧୁମାନଙ୍କ ପ୍ରିୟଭାଜନ ହେବେ । କର୍ମକ୍ଷେତ୍ରସ୍ଥ ବିଭିନ୍ନ ବିଷୟରେ ଚିନ୍ତା କରିବା କାରଣରୁ ଟେନ୍ସନ ଲାଗି ରହିବ । ପରିବାରର ଆକସ୍ମିକ ଆବଶ୍ୟକତା ଖର୍ଚ୍ଚ ପରିମାଣକୁ ବୃଦ୍ଧି କରିବ। ସାମାଜିକ ସ୍ତରରେ ବନ୍ଧୁମାନଙ୍କଠାରୁ ଉଦାସ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ ।

ମିଥୁନ-ସାମୟିକ ଶାରୀରିକ ଅସୁସ୍ଥତା ପୂର୍ବାହ୍ନ ସମୟଟିକୁ ସୁନିଶ୍ଚିତ କରିବ। ବିବାଦୀୟ ପରିସ୍ଥିତିରେ କିମ୍ବା କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଅନ୍ୟମନସ୍କ ନ ହୋଇ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ । ସାମୂହିକ କାର୍ଯ୍ୟରେ ନିଜକୁ ସାମିଲ୍‌ କରି ପରିବାର ପାଇଁ ସମୟ ଦେଇପାରିବେ ନାହିଁ ।

କର୍କଟ-ଆଜି ମାଙ୍ଗଳିକ କାମ ସକାଶେ କର୍ମ ମୁଖର ରହିବେ । ଆର୍ଥିକ କ୍ଷେତ୍ରରେ ଯଦି ସମସ୍ୟା ରହିଥାଏ ତାହାର ପୂର୍ଣ୍ଣଚ୍ଛେଦ ଅପରାହ୍ନରେ ପଡ଼ିଯିବ । ସାଧାରଣ କଥାକୁ ବଡ଼ କରି ସହକର୍ମୀମାନେ କଳହର ମାତ୍ରାକୁ ବଢ଼ାଇ ଦେଇପାରନ୍ତି । ପରିବାରରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ ।

ସି˚ହ-ପଛ କଥା ଭୁଲି ସମୟର ସଦୁପଯୋଗ କରିପାରିଲେ ଫାଇଦା ଉଠାଇବାରେ ଅସୁବିଧା ନାହିଁ । ମନରେ ସାହସ ବାନ୍ଧି କାମ କଲେ ସଫଳତା ପାଇବେ । ଯେତେ ସୁଯୋଗ ସୃଷ୍ଟି କଲେ ମଧ୍ୟ ସେମାନଙ୍କୁ ସନ୍ତୁଷ୍ଟ କରିବା କଷ୍ଟ ହେବ । ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ । ଏକ ସଙ୍ଗେ ଅନେକ କାମ ହାତକୁ ନେଇ ବ୍ୟସ୍ତ ହେବେ ।

କନ୍ୟା-ପାରିବାରିକ କ୍ଷେତ୍ରରେ ନିଜ ଲୋକଙ୍କୁ ସନ୍ଦେହ କରି ଅପ୍ରିୟତା ଅର୍ଜନ କରିବେ । ସାଧାରଣ କଥାରେ ବିତର୍କ ସୃଷ୍ଟି ହେବାର ଆଶଙ୍କା ପରିଲକ୍ଷିତ ହେବ । ବହୁତ ଦିନର ଅପୂରଣୀୟ ଆଶା ଓ ଅବଦମିତ ଇଚ୍ଛା ମନରେ ଭୟ ସୃଷ୍ଟି କରିପାରେ। ଶିଳ୍ପ, ବ୍ୟବସାୟ, ବାଣିଜ୍ୟ, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି ।

ତୁଳା-କର୍ମକ୍ଷେତ୍ରରେ କାର୍ଯ୍ୟବ୍ୟସ୍ତତା ବୃଦ୍ଧି ପାଇବା ହେତୁ ମନ ଅସ୍ଥିର ରହିବ । ପରିବାର ଭିତରେ ସାଧାରଣ କଥାକୁ କେନ୍ଦ୍ରକରି ଝଡ଼ ଉଠିପାରେ । ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସହପ୍ରଦ ହୋଇ ନ ପାରେ । ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।

ବିଛା-ଆଜି ସକାଳୁ ବନ୍ଧୁମିଳନ ଓ ଧାର୍ମିକ କାର୍ଯ୍ୟରେ ମନ ଉଲ୍ଲସିତ ରହିବ । କୌଣସି କ୍ଷେତ୍ରରେ ବାଚାଳତା ପରିହାର କରି ଅନଧିକାର ଚର୍ଚ୍ଚା କରିବା ଠିକ୍‌ ହେବ ନାହିଁ । ଅନ୍ୟମାନଙ୍କ କଥାରେ ଭାସି ନ ଯାଇ ସ୍ଥାନ, କାଳ, ପାତ୍ରକୁ ଗୁରୁତ୍ୱ ଦେବା ଭଲ । କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ ।

ଧନୁ-ପୂର୍ବ ସମସ୍ୟା ସମାଧାନ ହୋଇଯାଇଥିବା କାରଣରୁ ମନ ଏକପ୍ରକାର ଭଲ ରହିବ । ନିଜ ଲୋକଙ୍କ ଗହଣରେ ଦକ୍ଷତାର ସହ କାମ କରି ପ୍ରଶଂସିତ ହେବେ । କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା, ଗବେଷଣା, ଲେଖାପଢ଼ା କ୍ଷେତ୍ରରେ ସୁଫଳ ପାଇବେ । ରାଜନୀତିରେ ଓ ସାଂଗଠନିକ କ୍ଷେତ୍ରରେ ବହୁତ ଜନ କଲ୍ୟାଣ କାମ ହାତକୁ ନେଇପାରନ୍ତି ।

ମକର-ଯାହା କରିବା ସକାଶେ ମନସ୍ଥ କରିଛନ୍ତି ବିନା ପ୍ରତିବନ୍ଧକରେ ତାହା ସମ୍ପନ୍ନ କରିବେ । ଏତଦ୍‌ ବ୍ୟତୀତ କର୍ମକ୍ଷେତ୍ରରେ ଓ ପାରିବାରିକ ସମସ୍ୟାରୁ ମଧ୍ୟ ମୁକୁଳି ଯାଇ ପାରନ୍ତି। ସାୟାହ୍ନରେ କୌଣସି ସୁଖଦ ଶୁଭଖବର ପାଇ ମନ ବହୁତ ଖୁସି ହୋଇଯିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନରୁ ଲାଭବାନ ହେବେ ।

କୁମ୍ଭ-ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ପ୍ରତ୍ୟେକ କାମ ସୁବିଧାରେ ସମ୍ପନ୍ନ ହେବ । ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ । ବ୍ୟବସାୟକ୍ଷେତ୍ରରେ ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ । ଜମିଜମା ସମସ୍ୟା, ମାଲିମକଦ୍ଦମା, ଆନୁଷ୍ଠାନିକ କାମରେ ବ୍ୟସ୍ତତା ବୃଦ୍ଧି ପାଇବ ।

ମୀନ-ସମସ୍ୟା ରହିଥିଲେ ମଧ୍ୟ ସମାଧାନ ଦିଗରେ ଉଦ୍ୟମର ଅଭାବ ପରିଲକ୍ଷିତ ହେବ । ପ୍ରତ୍ୟେକ ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟା କରିବା ଭଲ। ଯାତ୍ରା, ବାଣିଜ୍ୟ, ମାଲି ମକଦ୍ଦମା, ସାଙ୍ଗଠନିକ କ୍ଷେତ୍ରରୁ ସୁଫଳ ପ୍ରାପ୍ତି ହେବ। ପ୍ଲଟିଂ କାରବାର, ପ୍ରଯୁକ୍ତି ବିଦ୍ୟା, ପ୍ରଶାସନ, ଲୋକ ସମ୍ପର୍କ, ଆଲୋଚନା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଅଗ୍ରଗତି ଘଟି

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login