ମେଷ: ପରିବାରର ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଇବା ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି । ନିଜର କେତେକ କୃତକର୍ମ ସକାଶେ ଅନୁତାପ କରିବାକୁ ପଡିପାରେ । ଉଚ୍ଚ କର୍ତ୍ତୃପକ୍ଷଙ୍କ ଶୁଭଦୃଷ୍ଟିରୁ ବିବାଦୀୟ ଘଟଣାର ଦିଗ ହଠାତ୍ ବଦଳି ଯାଇପାରେ । କଳା, ସାହିତ୍ୟ, ଚଳଚ୍ଚିତ୍ର କ୍ଷେତ୍ରରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ ।
ବୃଷ: କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଲାଗିରହିଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ। ବହୁତ ଦିନ ଧରି ଯାହା ଖୋଜୁଥିଲେ ଆଜି ମଧ୍ୟାହ୍ନରେ ତାହା ପାଇଯିବେ । ନିଜର ଲୋକମାନଙ୍କ ଶତ୍ରୁତା ଯୋଗୁ ସାମାନ୍ୟ ବିଚଳିତବୋଧ କରିପାରନ୍ତି । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।
ମିଥୁନ: ପାରିବାରିକ ସମସ୍ୟାର ସରଳ ସମାଧାନ ଦିଗରେ ବନ୍ଧୁ ସାହାଯ୍ୟ କରିବେ । ଆଶା କରିଥିବା ସରକାରୀ ସ୍ତରରୁ କୌଣସି ଶୁଭ ଖବର ପାଇ ଖୁସି ହେବେ । ଆତ୍ମୀୟମାନେ ମାଙ୍ଗଳିକ କାର୍ଯ୍ୟ ସକାଶେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି। ବ୍ୟବସାୟିକ ସ୍ଥିତି ବହୁତ ଭଲ ରହିବ ।
କର୍କଟ: ଆପଣଙ୍କ କଥା ଓ ଉଦ୍ଦେଶ୍ୟକୁ ଠିକ୍ ଭାବେ ଅନ୍ୟମାନେ ବୁଝତ୍ ପାରିବେ ନାହିଁ । ଆକସ୍ମିକ ଭାବରେ ଯାନବାହନ କିଣିବା ସକାଶେ ମନ ବଳାଇ ପାରନ୍ତି । ପିଲାମାନଙ୍କର କୌଣସି ବ୍ୟତିକ୍ରମକୁ ସଜାଡିବା ପାଇଁ ସ୍ତ୍ରୀଙ୍କ ସହ ଆଲୋଚନା କରିପାରନ୍ତି । ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ କିନ୍ତୁ ସାୟାହ୍ନେ ଟେନ୍ସନ୍ ବଢ଼ିଯାଇପାରେ ।
ସି˚ହ: ସ୍ବାସ୍ଥ୍ୟ ପ୍ରାୟତଃ ଏକ ପ୍ରକାର ଭଲ ରହିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ । କିନ୍ତୁ ପାରିବାରିକ କ୍ଷେତ୍ରରେ ମନୋମାଳିନ୍ୟ ଘଟିବା କାରଣରୁ ମନ ଭାରାକ୍ରାନ୍ତ ରହିବ । ପରକ୍ଷଣରେ ପୂର୍ବାବସ୍ଥା ଫେରିପାଇବା ସକାଶେ ବିଭିନ୍ନ ପ୍ରକାରର ଯୋଜନା କରିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ବେଖାତିର ମନୋଭାବ ଓ କଟୁକ୍ତି ମନରେ ଦୁଃଖଦେଇପାରେ ।
କନ୍ୟା: ଆଜି ଆପଣ ଯେମିତି ଚାହିଁବେ ସେମିତି ପାଇପାରିବେ । ମନ ବୁଝତ୍ଲା ଭଳି କଥା କହି କର୍ମଚାରୀଟିର ଭୁଲ୍ ବୁଝାମଣାକୁ ସୁଧାରି ନେବାରେ ସମର୍ଥ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ। ପାରିବାରିକ ସ୍ତରରେ କେତେକ ସମସ୍ୟା ଓ ପ୍ରତିବନ୍ଧକ ଦେଖାଦେଇପାରେ ।
ତୁଳା: ସମସ୍ତ ସୁବିଧା ଥାଇ ମଧ୍ୟ ଆଶା କରୁଥିବା କାମଗୁଡ଼ିକ ନ ହେବା କାରଣରୁ ମନରେ ସରସତା ରହିବ ନାହିଁ । ଏମିତି କେତେକ ପରିସ୍ଥିତିର ସମ୍ମୁଖୀନ ହେବେ ଯାହାକି ଆପଣଙ୍କୁ ଧର୍ମ ସଙ୍କଟରେ ପକାଇପାରେ। ପିଲାଙ୍କ ବିଳମ୍ବ ବିବାହକୁ ନେଇ ଚିନ୍ତା ବଢ଼ିଯିବା ସୂଚନା ରହିଛି। ଅନ୍ୟର ପ୍ରରୋଚନାରେ ପ୍ରଭାବିତ ହୋଇ ଭୁଲ୍ କାମରୁ ବିବାଦ ଦେଖାଦେଇ ପାରେ ।
ବିଛା: ମନ କଥାକୁ ମନରେ ରଖି ଯନ୍ତ୍ରବତ୍ କାମ କରିବାକୁ ବାଧ୍ୟ ହେବେ । ବ୍ୟବସାୟ ପାଇଁ ଦିନଟି ଭଲ, କିନ୍ତୁ ବେଶି ତକଲିଫ ହେବାକୁ ପଡ଼ିବ। କାମଟି ପୂର୍ଣ୍ଣାଙ୍ଗ କରିବା ସକାଶେ ଚେଷ୍ଟା ଅବ୍ୟାହତ ରଖନ୍ତୁ, ସମୟାନ୍ତରରେ ଆଶା ପୂରଣ ହୋଇପାରିବ। ପାରିବାରିକ ସମସ୍ୟାର ସମାପ୍ତି ଘଟାଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ ।
ଧନୁ: ପରିବାର ଭିତରେ ଛୋଟକଥାକୁ ନେଇ ମତପାର୍ଥକ୍ୟ ଦେଖା ଦେଇପାରେ । କର୍ମକ୍ଷେତ୍ରରେ ପରସ୍ପର ଦୋଷାରୋପ କରି ଅଯଥା ବିବାଦୀୟ ପରିସ୍ଥତି ସୃଷ୍ଟି କରିପାରନ୍ତି। ସାମାଜିକ କ୍ଷେତ୍ରରେ ପଡ଼ୋଶୀମାନେ ଖୁବ୍ ପ୍ରଶଂସା କରିବେ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ ।
ମକର: ପାରସ୍ପରିକ ବୁଝାମଣା ମାଧ୍ୟମରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କଲେ ଉପକୃତ ହେବେ । କର୍ମକ୍ଷେତ୍ରର ଅଶାନ୍ତ ମନ ଆଜି ଘରୋଇ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ। ଦୀର୍ଘଦିନରୁ ସାଇତି ରଖିଥିବା ଅର୍ଥ ଅନ୍ୟ ବାଟରେ ଖର୍ଚ୍ଚ ହୋଇଯାଇପାରେ। ଉପରିସ୍ଥଙ୍କ କଡ଼ା ତାଗିଦା କାରଣରୁ ଅଟକି ରହିଥିବା କାମଗୁଡ଼ିକୁ ଆଜି କରିପାରିବେ ।
କୁମ୍ଭ: ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ଆଜି ହଠାତ୍ ଆସି ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ନିଜ ନିଜର ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିପାରନ୍ତି। ନିଜ ପରିସରରେ ନିଜର ଲୋକମାନେ ମିଥ୍ୟା ଅଭିଯୋଗ କରିପାରନ୍ତି । ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ ।
ମୀନ: ବିନା କାରଣରେ ଭୁଲ୍ ବୁଝାମଣାରୁ ଆପଣଙ୍କ ଉପରକୁ ଦୋଷ ଆସିପାରେ । ଆଜି ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି ଅଯଥା ବାକ୍ବିତଣ୍ଡା ସୃଷ୍ଟି ହୋଇପାରେ। ଜମିଜମା, ନିର୍ମାଣ ପ୍ରଭୃତି ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାରେ ସଫଳ ହେବେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାଗୁଡ଼ିକର ସମାଧାନ ହୋଇଯିବ ।