The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୦୯-୦୫-୨୦୨୩ ରିଖ ମଙ୍ଗଳବାର)

Facebook
Twitter
LinkedIn

ମେଷ: ରାଶିରେ ରାଜଯୋଗ ସୃଷ୍ଟି ହୋଇଥିବାରୁ କୃତ୍ତିକା ନକ୍ଷତ୍ର ଉଚ୍ଚଚିନ୍ତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ସାମିଲ ହେବେ। ଆଜିର ଯାତ୍ରା, ବାଣିଜ୍ୟ, ମାଙ୍ଗଳିକ କାମ ଫଳପ୍ରଦ ରହିବ।

ବୃଷ: ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସାଙ୍ଗକୁ ପ୍ରକଳ୍ପ କାର୍ଯ୍ୟରେ ଅଗ୍ରଗତି ଘଟିବ। ବ୍ୟବସାୟ, ବାଣିଜ୍ୟ, ନିର୍ମାଣ ପାଇଁ ଦିନଟି ଭଲ ରହିବ। ବନ୍ଧୁ ମିଳନ ସାଙ୍ଗକୁ କଳା, ସାହିତ୍ୟ, ପ୍ରବଚନ, ଆଧ୍ୟାମତ୍ିକ ସଭା ସମିତିରେ ସମ୍ମାନିତ ହେବେ।

ମିଥୁନ: କୌଣସି ବ୍ୟକ୍ତି ନିକଟରେ ବାକି ରହିଥିବା ଟଙ୍କା, ପଇସାକୁ କେନ୍ଦ୍ର କରି ଅନର୍ଥ ସୃଷ୍ଟି ହୋଇପାରେ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଆଲୋଚନା, ଆନୁଷ୍ଠାନିକ କାମ, ସଭା ସମିତିରେ ପ୍ରତିଷ୍ଠା ଅକ୍ଷୁଣ୍ଣ ରହିବ। ରବି ଏକାଦଶ ଭାବରେ ଥିବାରୁ ଆମତ୍ୀୟଙ୍କ ସୁନଜରରେ ଆସିବେ।

କର୍କଟ: ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି,ଏଣୁ ସତର୍କତାର ସହ କାମ କରିବା ଭଲ। ପାରିବାରିକ କ୍ଷେତ୍ରରେ ରହିଥିବା ଟେନସନ୍‌ କେତେକାଂଶରେ କମିଯିବ।

ସି˚ହ: ଆର୍ଥିକ ସ୍ବଚ୍ଛଳତା ରହିଥିଲେ ମଧ୍ୟ ମାନସିକ ଶାନ୍ତି ବ୍ୟାହତ ହେବ। ରାଜନୀତି ତଥା ପ୍ରଶାସନିକ ସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ବ୍ୟବସାୟ,ବାଣିଜ୍ୟ, ପରିବହନ, ଜମିଜମା, କଳକାରଖାନାରେ ସଫଳତା ଅର୍ଜନ କରିବେ।

କନ୍ୟା: ଉତ୍ତରା ଫାଲଗୁନୀ ନକ୍ଷତ୍ର ସକାଶେ ବନ୍ଧୁମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ କିନ୍ତୁ କିଛି ବି କରିବେ ନାହିଁ। ଆଇନ ଅଦାଲତରୁ ସୁଫଳ ପାଇବେ। ଅର୍ଥ ଲାଭରୁ କିମ୍ବା କଳ୍ପନାର ବାହାରେ ଥିବା କୌଣସି କାର୍ଯ୍ୟ ହାସଲ ହେତୁ ଖୁସି ରହିବେ।

ତୁଳା: ଯାନବାହନ ଚାଳନା ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ। ଆନୁଷ୍ଠାନିକ, ମାଙ୍ଗଳିକ କିମ୍ବା ସଭାସମିତିରେ ଯୋଗ ଦେଇ ପ୍ରଶଂସିତ ହେବେ। ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ।

ବିଛା: କୌଣସି ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ଆବଶ୍ୟକତା ପୂରଣ କରିବା ସକାଶେ ଧାର ସୂତ୍ରରେ ଅର୍ଥ ଆଣିବେ। ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବାର ପୂର୍ଣ୍ଣ ସମ୍ଭାବନା ରହିଛି।

ଧନୁ: ପାରିବାରିକ ଜଞ୍ଜାଳ ଚିନ୍ତା ବଢ଼ାଇପାରେ। ଗଠନମୂଳକ ପ୍ରେରଣା ଦେଇ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ନିର୍ମାଣ, ଚୁକ୍ତିପତ୍ର, ମାଲିମକଦ୍ଦମା, ବ୍ୟବସାୟ, ଯାତ୍ରା ଓ ପାରିବାରିକ ସମସ୍ୟା କ୍ଷେତ୍ରରେ ମଧ୍ୟମ ଧରଣର ଫଳ ପାଇବେ।

ମକର: କାମ ହାସଲରେ ପ୍ରତିବନ୍ଧକ ଆଶଙ୍କା ରହିଛି। ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉଠାଇ ଅସ୍ଥିରତା ସୃଷ୍ଟି କରିପାରନ୍ତି। କିନ୍ତୁ ଶ୍ରବଣା କୌଶଳ ପ୍ରୟୋଗ କରି ନିଜ ଲୋକମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ।

କୁମ୍ଭ: ସମସ୍ୟା ଲାଗି ରହିଥିଲେ ମଧ୍ୟ ପ୍ରିୟ କଥା କହି ଏହାକୁ ସୁଧାରି ନେବେ। ଶନିଙ୍କ ପ୍ରଭାବରେ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ। ଅର୍ଥନୈତିକ, ପ୍ରଶାସନିକ, ସାମାଜିକ ତଥା ଆନୁଷ୍ଠାନିକ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ହେତୁ ପ୍ରଶଂସିତ ହେବେ।

ମୀନ: ପୂର୍ବ ବିବାଦର ସମାଧାନ ହେବା ସାଙ୍ଗକୁ ଟେନସନ୍‌ ମଧ୍ୟ କମିଯିବ। କଠୋର ବାକ୍ୟାଳାପରୁ ନିବୃତ୍ତ ହୋଇ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ସାହିତ୍ୟ, ସଙ୍ଗୀତ, କଳା, ଆଲୋଚନା, ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସା ପ୍ରାପ୍ତି ଘଟିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଥରୁମରେ ପଡି ଝାଡଖଣ୍ଡ ଶିକ୍ଷାମନ୍ତ୍ରୀ ଆହତ

ବାଥରୁମରେ ପଡି ଝାଡଖଣ୍ଡ ଶିକ୍ଷାମନ୍ତ୍ରୀ ଆହତ

ଝାଡଖଣ୍ଡ : ଝାଡ଼ଖଣ୍ଡ ସରକାରଙ୍କ ଶିକ୍ଷାମନ୍ତ୍ରୀ ରାମଦାସ ସୋରେନ ଗୁରୁତର ଆହତ । ଗତକାଲି ରାତିରେ ବାସଭବନରେ ମନ୍ତ୍ରୀ ବାଥରୁମରେ ପଡିଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ...

ADVERTISEMENT
ମଧ୍ୟାହ୍ନ ଭୋଜନରେ ଝିଟିପିଟି ; ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନରେ ଝିଟିପିଟି ; ଛାତ୍ରଛାତ୍ରୀ ଅସୁସ୍ଥ

ଟିଟିଲାଗଡ : ମଧ୍ୟାହ୍ନ ଭୋଜନରେ ଝିଟିପିଟି । ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଳିଖୁଣ୍ଟି ଗାଁର ସରକାରୀ...

ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ “ପୁଷ୍କରା”କୁ ଜାତୀୟ ପୁରସ୍କାର

ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ “ପୁଷ୍କରା”କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର : ୨୦୨୩ ବର୍ଷର ସର୍ବାଧିକ ଚର୍ଚ୍ଚିତ ଓଡ଼ିଆ ଛବି ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ରାଷ୍ଟ୍ରୀୟ ପୁରସ୍କାର ମିଳିବା ନିଶ୍ଚିତ ରୂପେ ଗର୍ବ ଓ...

Login