The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୦୪-୦୬-୨୦୨୩ ରିଖ ରବିବାର)

Facebook
Twitter
LinkedIn

ମେଷ-ଅଷ୍ଟମ ଚନ୍ଦ୍ରଜନିତ ଯେଉଁ କାମ ଆଜି ଆରମ୍ଭ କରିବେ ସଫଳତା ଫାଇବା କଷ୍ଟ ହେବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ । ରାଜନୀତିରେ ଲୋକ ସମର୍ଥନ ଅବ୍ୟାହତ ରହିବା ଯୋଗୁ ଆଗେଇଯିବେ । ପିଲାଙ୍କ ଉଚ୍ଚ ଶିକ୍ଷା ସକାଶେ ଦ୍ୱନ୍ଦ୍ୱାମତ୍କ ସ୍ଥିତି ସୃଷ୍ଟି ହୋଇପାରେ ।

ବୃଷ-ସପ୍ତମ କେନ୍ଦ୍ରରେ ଚନ୍ଦ୍ର ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । ବନ୍ଧୁଙ୍କ କାର୍ଯ୍ୟକଳାପ ଅସନ୍ତୋଷଜନକ ରହିବ । କିନ୍ତୁ ସମ୍ମୁଖରେ କିଛି କହି ପାରିବେ ନାହିଁ। ବାଣିଜ୍ୟରେ ଉନ୍ନତି କରିବେ, କିନ୍ତୁ ପରିବହନରେ ଝଗଡ଼ାର ସମ୍ଭାବନା ରହିଛି। ପରିବାର ଭିତରର କିଛି କଥା ଅନ୍ୟମାନଙ୍କ ଆଗରେ କହିପାରିବେ ନାହିଁ ।

ମିଥୁନ-ଶୁଭ ଚନ୍ଦ୍ରଜନିତ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହିତ ବନ୍ଧୁସମ୍ପର୍କ ବୃଦ୍ଧି ପାଇବ । କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ବ୍ୟସ୍ତତା ଅନୁଭବ କରିପାରନ୍ତି । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହେବେ । ଅସନ୍ତୁଷ୍ଟ ରହିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ଜାଣିଶୁଣି ନୀରବ ରହିବାକୁ ବାଧ୍ୟ ହେବେ ।

କର୍କଟ-ଅତି ବିଶ୍ୱସ୍ତ ଲୋକଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡ଼ିପାରେ। ଦୀର୍ଘଦିନରୁ ଅଟକି ରହିଥିବା ନିର୍ମାଣାଧୀନ କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇ ଖୁସି ହେବେ। ଧାତୁ, ଅଳଙ୍କାର, ଗୃହୋପକରଣ କିମ୍ବା ମୂଲ୍ୟବାନ୍‌ ଦ୍ରବ୍ୟ କ୍ରୟ କରିବେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ବିଶେଷ ଶୁଭଙ୍କର ନୁହେଁ ।

ସି˚ହ-ଆର୍ଥିକ ଅନଟନ କାରଣରୁ କେତେକ ସ୍ଥଗିତ କାମ କରିବାରେ ଅସମର୍ଥ ହୋଇ ଚିନ୍ତିତ ରହିପାରନ୍ତି । ଅଫିସରେ କାହାକୁ କିଛି ନ କହି ମନ କଥା ମନରେ ମାରି ରହିବାକୁ ବାଧ୍ୟ ହେବେ । ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ । ବ୍ୟବସାୟ, ନିର୍ମାଣ, ଗୃହ, ଜମି, ପରିବହନ ପ୍ରଭୃତିରୁ ଖୁସି ରହିବେ ।

କନ୍ୟା-ପାରିବାରିକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ି ପ୍ରତ୍ୟେକ ବ୍ୟକ୍ତିଙ୍କ କଥାକୁ ଠିକ୍‌ ଭାବେ ବୁଝି ପାରିବେନି । ଲେଖାପଢ଼ା, ପ୍ରକାଶନ, ପ୍ରଶାସନ, ମାଲି ମକଦ୍ଦମା ଓ ସଭାସମିତି କ୍ଷେତ୍ରରେ ଶୁଭଫଳ ପାଇବେ । ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କୀୟ ଚିନ୍ତା ଦୂର ହେବ । ଜଣେ ବନ୍ଧୁଙ୍କ ଟାଣକଥାକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ ।

ତୁଳା-ଆଜି ମନର ଭାବକୁ ମନରେ ରଖି ଅନ୍ୟର ନିକଟତର ହେବାକୁ ଚେଷ୍ଟା କରିବେ। ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସି ହୋଇ ପାରନ୍ତି। ଭୁଲ୍‌ ଖବର ପାଇ କିମ୍ବା ଉପରିସ୍ଥଙ୍କ କାମର ଚାପରେ ସାମୟିକ ବିବ୍ରତ ହେବାର ଆଶଙ୍କା ରହିଛି। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ।

ବିଛା-ମିଠା କଥା କହି ଅନ୍ୟମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ । ଇଚ୍ଛାନୁଯାୟୀ କାମଗୁଡ଼ିକ ହେବାରୁ ମାନସିକ ସ୍ଥିରତା ରହିବ । ଅନ୍ୟକୁ ଭରସାକରି ବସି ରହିଲେ ସମସ୍ୟା ଭିତରେ ଛନ୍ଦି ହୋଇଯିବେ । ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ସାମ୍ବାଦିକତା, ଚୁକ୍ତିପତ୍ର, ସଭାସମିତି ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସଫଳତା ହାସଲ କରିବେ ।

ଧନୁ-ସକାଳୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିନପାରେ । ବିଭିନ୍ନ ନକାରାମତ୍କ ଚିନ୍ତାଧାରା ମନକୁ ବ୍ୟସ୍ତ କରାଇବ । ସଭାସମିତିରେ କିମ୍ବା ଆନୁଷ୍ଠାନିକ କାମରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହେବ। କେତେକ କ୍ଷେତ୍ରରେ ନିଜ ଲୋକମାନେ ପରୋକ୍ଷ ଶତ୍ରୁତା କରି ସମସ୍ୟାକୁ ବଢ଼ାଇଦେବେ ।

ମକର-ଅଟକି ରହିଥିବା କାର୍ଯ୍ୟର ସମସ୍ୟାଟି ଆକସ୍ମିକ ଭାବେ ସମାଧାନ ହୋଇଯିବାରୁ ମନ ଖୁସି ରହିବ। କର୍ମ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ଆଜିର ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ ଓ ଖାଲି ହାତରେ ଫେରିବେ ନାହିଁ। ପାରିବାରିକ କ୍ଷେତ୍ରରେ କୌଣସି ଆଳ ଦେଖାଇ ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି ।

କୁମ୍ଭ-କର୍ମକ୍ଷେତ୍ରରେ କୌଣସି ବିବାଦୀୟ ଘଟଣା ମନକୁ ବିବ୍ରତ କରିପାରେ। ବନ୍ଧୁଙ୍କ ସକାଶେ ହେଉ, ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ । ଅସାବଧାନତା ସହକାରେ ଯାନବାହନ କିମ୍ବା ଯାନ୍ତ୍ରିକ ଜିନିଷ ଚଳାଇବା ଠିକ୍‌ ହେବ ନାହିଁ। ଆର୍ଥିକ ସମସ୍ୟାର ସରଳ ସମାଧାନ କରିବାରେ ଅସମର୍ଥ ହେବେ ।

ମୀନ-ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। କିନ୍ତୁ ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ପ୍ରଶଂସା ଊଣା ହେବ ନାହିଁ। ଧାତୁ, ଅଳଙ୍କାର ଔଷଧ ପତ୍ର କିମ୍ବା ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି । ବ୍ୟବସାୟ, ପରିବହନ, ଆଇନ ଅଦାଲତ ଓ ଜମିଜମା କ୍ଷେତ୍ରରୁ ସଫଳତା ହାସଲ କରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login