The Ultimate Managed Hosting Platform
ADVERTISEMENT

‘ଆଉଟ’ ହେଲେ ବିରାଟ , ଖାଲି ହୋଇଗଲେ ଦର୍ଶକ

Facebook
Twitter
LinkedIn

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ରେଲୱେ ବିପକ୍ଷରେ ଦିଲ୍ଲୀର ମୁକାବିଲାର ଦ୍ୱିତୀୟ ଦିନରେ ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ଖେଳପ୍ରେମୀଙ୍କୁ ନିରାଶ କରିଛନ୍ତି। ରଣଜୀ ଟ୍ରଫିକୁ ଲୋକ ବହୁତ ଦିନ ହେବ ଅପେକ୍ଷା କରି ରହିଥିବା ବେଳେ ୧୨ ବର୍ଷ ପରେ ବିରାଟଙ୍କ ଲେଉଟାଣି ସଭିଙ୍କ ମନରେ ଉତ୍ସାହ ଭରି ଦେଇଥିଲା। ହେଲେ ବିରାଟ ଦ୍ବିତୀୟ ଦିନରେ ମାତ୍ର ୬ ରନ୍ କରି ଆଉ ହୋଇଯିବା ପରେ ନିରାଶ ହୋଇ ଅଧା ଖେଳରୁ ଉଠି ପଳାଇଛନ୍ତି ଦର୍ଶକ। ଫଳଳେ ଖାଲି ହୋଇଯାଇଛି ଅରୁଣ ଜେଟଲି ଷ୍ଟାଡିୟମ। ଷ୍ଟାଡିୟମରେ ଖେଳପ୍ରେମୀ ସେମାନଙ୍କ ହିରୋଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ହେଲେ ରେଲୱେ ପେସର୍ ହିମାଂଶୁ ସାଙ୍ଗୱାନଙ୍କ ଦ୍ୱାରା କୋହଲି ବୋଲ୍ଡ ହେବା ପରେ ଧୀରେ ଧୀରେ ଷ୍ଟାଡିୟମ୍ ଫାଙ୍କା ହୋଇ ଯାଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login