ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି । ଆଉ ୫ ବର୍ଷ ମାଗଣା ଚାଉଳ ଦେବାକୁ କ୍ୟାବିନେଟର ମଞ୍ଜୁରୀ । ୨୦୨୮ ଡିସେମ୍ବର ଯାଏଁ ମାଗଣା ଚାଉଳ ଯୋଗାଇବ କେନ୍ଦ୍ର । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ବଢିଲା । ଉପକୃତ ହେବେ ୮୧ କୋଟି ହିତାଧିକାରୀ । ୫ବର୍ଷ ପାଇଁ ୧୧ଲକ୍ଷ କୋଟି ଖର୍ଚ୍ଚ କରିବେ ସରକାର । କୋଭିଡ ମହାମାରୀ ସମୟରେ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ଏଥିସହ ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ଡ୍ରୋନ ଯୋଗାଇବାକୁ ଅନୁମୋଦନ ମିଳିଛି । ମହିଳାମାନଙ୍କୁ ଡ୍ରୋନ ଉଡାଇବାକୁ ମଧ୍ୟ ତାଲିମ ଦିଆଯିବ । ଯାହା ଦ୍ୱାରା ମହିଳା ଚାଷୀ ସହଜରେ ଡ୍ରୋନ ସାହାର୍ୟ୍ୟରେ ଚାଷଜମିରେ ସାରା ଓ ବିଷ ପକାଇପାରିବେ । ୧୫ହଜାର ମହିଳା ଉପକୃତ ହେବେ । ୨୦୨୬ ପର୍ୟ୍ୟନ୍ତ ଚାଲିବ ଏହି ଯୋଜନା । ମୋଟ ୧୨୬୧ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର ।
Views: 76