ଭୁବନେଶ୍ୱର : ଓଡିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ଓଆଇଏସଏଫ)ର ୨ଟି ନୂଆ ବାଟାଲିୟନ ରାଜ୍ୟରେ ପ୍ରତିଷ୍ଠା ହେବ । ଓଆଇଏସଏଫର ତୃତୀୟ ଓ ଚତୁର୍ଥ ବାଟାଲିୟନ ପ୍ରତିଷ୍ଠା ହେବ । ୨ ନୂଆ ଓଆଇଏସଏଫ ବାଟାଲିୟନ ପାଇଁ ୨୦୮୦ଟି ପଦବୀ ସୃଷ୍ଟି । ୧୯୪୪ଟି ନିୟମିତ ଓ ୧୩୬ଟି ଆଉଟସୋର୍ସିଂ ଭିତ୍ତିରେ ସୃଷ୍ଟି । ୨ ଜଣ କମାଣ୍ଟାଣ୍ଟ ଓ ୬ ଜଣ ଡେପୁଟି କମାଣ୍ଡାଣ୍ଟ ପଦବୀ ସୃଷ୍ଟି । ନିଯୁକ୍ତି ପାଇବେ ୨୫୬ ହାବିଲଦାର ଓ ୧୩୫୦ କନଷ୍ଟେବଳ ପାଇବେ ନିଯୁକ୍ତି । ମୁଖ୍ୟମନ୍ତ୍ରୀ ଅନୁମୋଦନ ପରେ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ତେବେ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରି ଏହି ପଦକ୍ଷେପ ନେଉଛନ୍ତି। ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ହେବା ସହିତ ଆଗାମୀ ଦିନରେ ଏହି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି। ଉତ୍କର୍ଷ ଓଡ଼ିଶା-ମେକ୍ ଇନ ଓଡ଼ିଶା ୨୦୨୫ ପରେ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ।
Views: 183











