The Ultimate Managed Hosting Platform
ADVERTISEMENT

ଆଉ ୧୨ ଘଣ୍ଟା ଇଣ୍ଟରନେଟ କଟକଣା

Facebook
Twitter
LinkedIn

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ କଟକଣା । ମଧ୍ୟରାତ୍ର ୧୨ଟା ଯାଏଁ ବଳବତ୍ତର ରହିବ ଇଣ୍ଟରନେଟ କଟକଣା । ଏମଭି ୨୬ ଓ ରାଖେଲଗୁଡା ଗାଁ ମଧ୍ୟରେ ବିବାଦକୁ ନେଇ କଟକଣା ବୃଦ୍ଧି । ମାଲକାନଗିରିରେ ପହଁଚିଲେ ଉପମୁଖ୍ୟମନ୍ତ୍ରୀ କେଭିସିଂଦେଓ । ଦୁଇ ଗୋଷ୍ଠୀ ସହ ଆଲୋଚନା କରିବା ସମ୍ଭାବନା ରହିଛି ।
ଅନ୍ୟପଟେ ମାଲକାନଗିରି ଜିଲ୍ଲା ଏମଭି ୨୬ ଗାଁରେ ଘରକୁ ଫେରୁଛନ୍ତି ଲୋକ । କିନ୍ତୁ ଜଳିପୋଡି ଛାରଖାର ହୋଇଛି ଘର । ଖାଦ୍ୟଶସ୍ୟ ବି ଜଳି ଯାଇଛି। ରହିବା ପାଇଁ ଛାତ ନାହିଁ । ଗତ ଦୁଇଦିନ ହେବ ଗାଁ ଜନଶୂନ୍ୟ ହୋଇ ଯାଇଥିଲା । ସୁରକ୍ଷା ବ୍ୟବସ୍ଥା ବଢିବା ପରେ ଲୋକେ ସାହାସ ଜୁଟାଇଛନ୍ତି ଘରକୁ ଫେରିଛନ୍ତି । ତେଣୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ରନ୍ଧାଖାଦ୍ୟ ଓ ରିଲିଫ୍ ଦିଆଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login