ବ୍ୟୁରୋ : ଗରମ ଦିନରେ ଲୋକମାନେ ଆଇସକ୍ରିମ୍ ଖାଇବାକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ଏହାକୁ ଖାଇବା ପରେ ତୁରନ୍ତ କିଛି ଜିନିଷ ଖାଇବା ଉଚିତ୍ ନୁହେଁ । ଯେପରିକି ଆଇସକ୍ରିମ୍ ଖାଇବା ପରେ ଆପଣ ଥଣ୍ଡା ପାଣି ପିଇବା ଠାରୁ ଦୂରେଇ ରହିବା ଉଚିତ୍ । ଆଇସକ୍ରିମ୍ ଖାଇବା ପରେ ଅତି କମରେ ୪୦ ମିନିଟ୍ ପର୍ୟ୍ୟନ୍ତ କିଛି ନ ଖାଇବାକୁ ଚେଷ୍ଟା କରନ୍ତୁ ।
ଆଇସକ୍ରିମ ଖାଇବା ପରେ ଭୁଲରେ ମଧ୍ୟ ମଦ୍ୟପାନ କରିବା ଉଚିତ୍ ନୁହେଁ । ଏହା ବାନ୍ତି, ଝାଡ଼ା ଏବଂ ମୁଣ୍ଡ ବୁଲାଇବା ଭଳି ସମସ୍ୟା ସୃଷ୍ଟି କରିପାରେ । ଆଇସକ୍ରିମ୍ ଖାଇବା ପରେ ଆପଣ ମଟନ୍, ବଟର, ଘିଅ ଜାତୀୟ ଖାଦ୍ୟ, ବିରିୟାନି, ଚାଇନିଜ୍ ଫୁଡ୍, ଜଙ୍କ ଫୁଡ୍ ଇତ୍ୟାଦି ଭାରି ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେ ଅତ୍ୟଧିକ ଆଇସକ୍ରିମ୍ ଖାଇବା ଉଚିତ୍ ନୁହେଁ କାରଣ ଏହା ଆମ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ ।
ଏହା ବ୍ୟତୀତ ଆଇସକ୍ରିମ୍ ଖାଇବା ପରେ ଗରମ ଖାଦ୍ୟ ଖାଆନ୍ତୁ ନାହିଁ । ଯେପରିକି ଚା, କଫି, ସୁପ୍, ଗ୍ରୀନ୍ ଟି ଇତ୍ୟାଦି । ଥଣ୍ଡା ପରେ ତୁରନ୍ତ କିଛି ଗରମ ଖାଇବା ଦ୍ୱାରା ଆପଣଙ୍କ ଦାନ୍ତ ଉପରେ ଖରାପ ପ୍ରଭାବ ପଡିପାରେ ।
ଆଇସକ୍ରିମ ଖାଇବା ପରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଜିନିଷ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











