ଭୁବନେଶ୍ୱର : ୨ ଦିନରେ ଗଣତି ହୋଇଛି ପ୍ରାୟ ୪୬ କୋଟି ଟଙ୍କା । ସୂଚନା ଦେଲେ ବଲାଙ୍ଗିର ଏସବିଆଇ ରିଜିଓନାଲ ମ୍ୟାନେଜର । ବ୍ୟାଙ୍କକୁ ମୋଟ ୧୭୬ଟୁ ଟଙ୍କା ଭର୍ତ୍ତି ବ୍ୟାଗ ଆସିଛି । ପୂର୍ବରୁ ୧୫୬ ଓ ଗତକାଲି ୨୦ଟି ଟଙ୍କା ଭର୍ତ୍ତି ବ୍ୟାଗ ଆସିଛି । ଏବେ ଯାଏଁ ୪୦ଟି ବ୍ୟାଗର ଗଣତି ଶେଷ ହୋଇଛି । ୨ ଦିନରେ ପ୍ରାୟ ୪୬ କୋଟି ଟଙ୍କା ଗଣତି ହୋଇଛି । ଏବେ ଗଣତି ପାଇଁ ୨୫ଟି ମେସିନ ଓ ୫୦ କର୍ମଚାରୀ ସାମିଲ । ବ୍ୟାଙ୍କ ଛୁଟି ଥିବାରୁ ସବୁ କର୍ମଚାରୀଙ୍କୁ ଗଣନା ପାଇଁ ଡକାଯାଇଛି । ସମ୍ବଲପୁରରୁ ଯନ୍ତ୍ରୀ ଆସିଛନ୍ତି , ମେସିନ ଖରାପ ହେଲେ ସଜାଡିବେ ।
ଅନ୍ୟପଟେ ବଲାଙ୍ଗିରରେ ୪ର୍ଥ ଦିନରେ ଆୟକର ବିଭାଗର ଚଢାଉ । ସୁଦପଡା ଓ ଟିଟିଲାଗଡ ଦେଶୀ ମଦ ଭାଟିରେ ଚାଲିଛି ରେଡ । ସୁଦପଡା ମଦଭାଟି ମ୍ୟାନେଜରଙ୍କୁ ଧରି ବ୍ୟାଙ୍କରେ ଆଇଟି ଟିମ୍ । ଜିଲ୍ଲା ଏସବିଆଇ ମୁଖ୍ୟ ବ୍ରାଞ୍ଚକୁ ଆଣିଲା ଆୟକର ଟିମ୍ । କାଲି ମ୍ୟାନେଜରଙ୍କ ଘରୁ ଟଙ୍କା ଭର୍ତ୍ତି ୨୦ ପେଟି ମିଳିଥିବା ସୂଚନା । ମ୍ୟାନେଜରଙ୍କ ସମେତ ୪ ଜଣଙ୍କୁ ଧରି ବ୍ୟାଙ୍କ ଆଣିଲା ଆଇଟି ଟିମ୍ ।
ଆଇଟି ରେଡ: ୨ ଦିନରେ ୪୬ କୋଟି ଗଣତି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











