ଭୁବନେଶ୍ୱର : ଆଇଟି ଦ୍ୱାରା ଜବତ ୩୫୦ କୋଟି ଟଙ୍କା କାହାର ପ୍ରଶ୍ନ କଲେ ମନମୋହନ । ମଦ ବେପାରୀଙ୍କ ଟଙ୍କା ନା ବିଜେଡି ପାଣ୍ଠି । ଏମିତି କହି ବର୍ଷିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ବିଜେଡି ଠାରୁ ସ୍ପଷ୍ଟୀ କରଣ ଦାବି କଲେ ମନମୋହନ । ଆଗାମୀ ନିର୍ବାଚନରେ ଏହି ଟଙ୍କା ବିଜେଡି ବାଣ୍ଟିଥାଆନ୍ତା । ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଇଓଡବ୍ଲ୍ୟୁ , ଭିଜିଲାନ୍ସ ଯଦି ଧରି ଥାଆନ୍ତେ ଆଇଟି କାହିଁକି ରେଡ କରନ୍ତା । ସରକାରଙ୍କ ହାତ ନ ଥିଲେ ଏତେ ଟଙ୍କା ରକିବାର ସୁଯୋଗ କେଉଁଠୁ ମିଳିବ ।
Views: 97











