ଭୁବନେଶ୍ୱର : ବିଭିନ୍ନ ସ୍ଥାନରେ ଆଇଟି ରେଡକୁ ନେଇ ବିଜେଡି –ବିଜେପି ମୁହାଁମୁହିଁ । ନିର୍ବାଚନ ରୁତୁ ଆସିଲେ ଏମିତି ଆଇଟି ରେଡ ହୁଏ କହିଲା ବିଜେଡି । ପୂର୍ବରୁ ଏପରି ହୋଇଛି କହିଲେ ବିଜେଡି ସୀଂସଦ ମାନସ ମଙ୍ଗରାଜ । ଗଣତନ୍ତ୍ର ପାଇଁ ଏହା ଶୁଭଙ୍କର ନୁହେଁ କହିଲେ ମାନସ । ଆଇଟି ରେଡ ଏକ ରୁଟିନ ୱାର୍କ କହିଲେ ବିଜେପି ସଭାପତି ମନମୋହନ । ୩୬୫ ଦିନ କେଉଁଠି ନା କେଉଁଠି ଆଇଟି ରେଡ ଚାଲିଥାଏ । ଆୟକର ଦେଉଥିଲେ , ପେପର ଠିକ ଥିଲେ ଡରିବାର କଣ ଅଛି ବୋଲି କହିଛନ୍ତି ମନମୋହନ । ମୁଁ ମନ୍ତ୍ରୀ ଥିଲି ମୋ ବିରୁଦ୍ଧରେ ଲାଗନ୍ତୁ , ତଦନ୍ତ କରନ୍ତୁ । ଯାହାର ଆୟଠୁ ଅଧିକ ସମ୍ପତ୍ତି ଅଛି ସେ ସବୁ ଦଣ୍ଡନୀୟ । ବିଜେଡି ଏବେ ନିଜ ଛାଇକୁ ଦେଖି ଡରିଲାଣି ବୋଲି କହିଛନ୍ତି ମନମୋହନ ସାମଲ ।
Views: 68