ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଚକିତ ଓ ହୃଦୟ ବିଦାରକ । ସହ ଯୋଗ ପାଇଁ ମନ୍ତ୍ରୀ ଓ କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗରେ ଅଛି । ଦୁଃଖ ପ୍ରକାଶ ସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିବା କହିଲେ ଅମିତ ଶାହ ।
ଅନ୍ୟପଟେ ବିମାନ ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ । ହୃଦୟ ବିଦାରକ ବିପର୍ଯ୍ୟୟ କହିଲେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ମୋର ପ୍ରାର୍ଥନା ଓ ସମବେଦନା ପ୍ରଭାବିତଙ୍କ ପ୍ରତି ରହିଛି । ଏଭଳି ଅବର୍ଣ୍ଣନନୀୟ ଦୁଃଖଦ ମୁହୂର୍ତ୍ତରେ ପୁରା ଦେଶ ସେମାନଙ୍କ ସହ ଅଛି ।
Views: 6