ଅହମ୍ମଦାବାଦ : “MAYDAY CALL” ପାଇଲଟ କରିଥିବା ସ୍ପଷ୍ଟ ହେଲା । ଆସନ୍ନ ବିପଦ ଜାଣିପାରି ପାଇଲଟ “MAYDAY CALL”କରିଥିଲେ । “MAYDAY CALL”ସ୍ପଷ୍ଟ କଲା ଡିଜିସିଏ । ବିମାନଟି ଦୁର୍ଘଟଣା ହେବା ପୂର୍ବରୁ ପାଇଲଟ ଜଣକ କ୍ରାସ୍ ହେବା ନେଇ ଏଟିଏସକୁ ସୂଚନା ଦେଇଥିଲେ । ଏହାସହ ବିପଦ ନେଇ ମଧ୍ୟ ସଙ୍କେତ ଦେଇଥିଲେ । ହେଲେ ଏହାର କିଛି ସମୟ ପରେ ହିଁ, ବିମାନଟି କ୍ରାସ୍ କରିଯାଇଥିଲା ।ଡିଜିସିଏ ତରଫରୁ ବିମାନ ଦୁର୍ଘଟଣା ପରେ ଏନେଇ ବିସ୍ତୃତ ଭାବେ ଖବର ଦିଆଯାଇଛି । ମିଳିଥିବା ସୂଚନା ମୁତାବକ, ଜୁନ୍ ୧୨ ତାରିଖ ୨୦୨୫ରେ ଏୟାରଇଣ୍ଡିଆର ବିମାନ ଈ୭୮୭ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା । ହେଲେ ଟେକଅଫ୍ ସମୟରେ ହିଁ ବିମାନଟି କ୍ରାସ୍ କରିଯାଇଥିଲା । ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ । ଯେଉଁଥିରେ ୨ ଜଣ ପାଇଲଟ୍ ଏବଂ ୧୦ କ୍ୟାବିନ୍ କ୍ରୁ ମଧ୍ୟ ସାମିଲ ଥିଲେ । ବିମାନଟିକୁ କ୍ୟାପଟେନ୍ ସୁମିତ ସାଭରବାଲ ଚଲାଉଥିବାବେଳେ, ତାଙ୍କୁ ସହଯୋଗ କରୁଥିଲେ ଫାଷ୍ଟ ଅଫିସର୍ କ୍ଲାଇବ୍ କୁନ୍ଦର ।
Views: 12