The Ultimate Managed Hosting Platform
ADVERTISEMENT

ଅସୁସ୍ଥ ମାଖନା ହାତୀ, କିଛି ଖାଉନି କି ଉଠିବି ପାରୁନି

Facebook
Twitter
LinkedIn

ବାଂଶପାଳ : ଉଠି ପାରୁନି ଅସୁସ୍ଥ ମାଖନା ହାତୀ । ବିଗିଡୁଛି ସ୍ୱାସ୍ଥ୍ୟବସ୍ଥା । ହାତୀ କିଛି ଖାଉନି କି ତଳୁ ଉଠି ପାରୁନି । ଅସୁସ୍ଥ ହାତୀକୁ ଜେସିବି ସାହାର୍ଯ୍ୟରେ ଉଠାଇବାକୁ ଚେଷ୍ଟା କରୁଛି ତେଲକୋଇ ବନ ବିଭାଗ । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରେ ଗତ ୩ ମାସ ହେବ, ଦନ୍ତା ହାତୀଙ୍କ ଆକ୍ରମଣରେ ଏହି ମାଖନା ହାତୀ ଗୁରୁତର ଆହତ ହୋଇଥିଲା । ବନ ବିଭାଗ ପକ୍ଷରୁ କିଛି ଦିନ ତଳେ ସ୍ବତନ୍ତ୍ର ଚିକିତ୍ସାକାରୀ ଦଳ ଅସୁସ୍ଥ ମାଖନା ହାତୀକୁ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା କରିଥିଲେ ।ଏହି ଦଳ ଅସୁସ୍ଥ ହାତୀକୁ ନିୟମିତ ଚିକିତ୍ସା ଜାରି ରଖିଛନ୍ତି । ମାଖନା ହାତୀର ଗତିବିଧି ଉପରେ ବନ ବିଭାଗ ନଜର ମଧ୍ୟ ରଖିଛି । ମାଖନା ହାତୀ ସୁସ୍ଥ ହେବା ପରିବର୍ତ୍ତେ ଦିନକୁ ଦିନ ଦୁର୍ବଳ ହୋଇ ପଡୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login