The Ultimate Managed Hosting Platform
ADVERTISEMENT

ଅସହ୍ୟ ହେଲା ରୁଣ ଭାର , ଝୁଲିପଡିଲେ ଦମ୍ପତି

Facebook
Twitter
LinkedIn

ଖୋର୍ଦ୍ଧା : ରୁଣ ଭାର ସହି ନ ପାରି ଝୁଲି ପଡିଲେ ଦମ୍ପତି । ମୃତ ଦମ୍ପତି ପୁରୀ ଜିଲ୍ଲା କଚ୍ଚାସ ଥାନା ଅଁଳା ଯୋଡି ଗାଁର । ଏକ ଘରୋଇ ଅର୍ଥ ଲଗାଣ ସଂସ୍ଥାରୁ ରୁଣ ନେଇଥିଲେ । କାଲି ସଂସ୍ଥାର କର୍ମଚାରୀ ଆସି ଧମକାଇଥିବା ଅଭିଯୋଗ ହୋଇଛି । ଚାପରେ ବାପା ମାଆ ଆତ୍ମହତ୍ୟା କରିଥିବା କହୁଛନ୍ତି ୨ ପୁଅ ।
ସୂଚନା ଅନୁଯାୟୀ, ଅଁଳାଯୋଡ଼ି ଗାଁର ବାନାମ୍ବର ବେହେରା ଏକ ଘରୋଇ ଫାଇନାନ୍ସ କମ୍ପାନିରୁ ଋଣ ଆଣିଥିଲେ। କିନ୍ତୁ ଠିକ୍ ସମୟରେ ଋଣ ପରିଶୋଧ କରିପାରୁନଥିଲେ। ଗତ ରାତିରେ ଫାଇନାନ୍ସ କମ୍ପାନିର କର୍ମଚାରୀମାନେ କିସ୍ତି ଟଙ୍କା ପାଇଁ ଘରେ ପହଞ୍ଚିଥିଲେ। ମଧ୍ୟରାତ୍ରି ପର୍ୟ୍ୟନ୍ତ କିସ୍ତି ଟଙ୍କା ପାଇଁ ଘରେ ବସି ରହିଥିଲେ। ସେମାନେ ଉଭୟଙ୍କୁ ଧମକଚମକ ମଧ୍ୟ ଦେଇଥିଲେ। ବୃଦ୍ଧ ଦମ୍ପତିଙ୍କ ପାଖରେ ଟଙ୍କା ନଥିବା ଜଣାଇବା ପରେ ବି କର୍ମଚାରୀମାନେ ଘରୁ ବାହାରିନଥିଲେ। ଏନେଇ ଦମ୍ପତିଙ୍କ ପୁଅ ଅଭିଯୋଗ କରିଛନ୍ତି। ଶେଷରେ ଭୋରୁ ଭୋରୁ ଘର ଭିତରେ ଉଭୟ ବାନାମ୍ବର ବେହେରା ଏବଂ ତାଙ୍କ ସ୍ତ୍ରୀ ବନିତା ବେହେରା ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ପ୍ରଚାରିତ ହେବା ମାତ୍ର ଉଭୟଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login