ଭୁବନେଶ୍ୱର : ଭୁବନେଶ୍ବର ଜନତା ମଇଦାନରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ମହାକୁମ୍ଭ । ଯୁବ ସମାବେଶରୁ ଆରମ୍ଭ ହେଲା ୩ ଦିନିଆ ସମ୍ମିଳନୀ । ଏଥିରେ ଦେଖିବାକୁ ମିଳିଛି ଓଡିଶାର କଳା, ଐତିହ୍ୟ ଏବଂ ସଂସ୍କୃତି । ଓଡ଼ିଆ ବ୍ୟାଞ୍ଜନର ମହକ ମହକିଛି ଜନତା ମଇଦାନ । ପ୍ରବାସୀ ଭାରତୀୟଙ୍କୁ ପରସା ଯାଉଛି ଓଡ଼ିଆ ବ୍ୟଞ୍ଜନ। ଦେଶ ବିଦେଶ ଅତିଥିଙ୍କୁ ବ୍ରେକଫାଷ୍ଟ, ଲଞ୍ଚରେ ପରସା ଗଲା ଓଡ଼ିଆ ବ୍ୟଞ୍ଜନ । ପ୍ରାୟ ୭୫୦୦ ଗେଷ୍ଟଙ୍କ ପାଇଁ ବିଭିନ୍ନ କିସମର ଓଡ଼ିଆ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଏଥିରେ ନିରାମିଷ ଓ ଆମିଷ ଓଡ଼ିଆ ଖାଦ୍ୟ ରହିଛି । କାର୍ୟ୍ୟକ୍ରମରେ ସ୍ବାଗତ ଭାଷଣ ଦେଇଥିଲେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରେଟା। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ଆରମ୍ଭ କରିଥିଲେ କାର୍ୟ୍ୟକ୍ରମ। ଭାରତରେ ପ୍ରତି ୨୦ ରୁ ୧୩ ଜଣ ହେଉଛନ୍ତି ଯୁବକ। ଏହା ଭାରତର ଶକ୍ତି। ବିକଶିତ ଭାରତ ପାଇଁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ସହ ଯୁବକଙ୍କୁ ସୁଯୋଗ ମିଳିବା ଆବଶ୍ୟକ। ୩୫ ମିଲିୟନ ପ୍ରବାସୀ ବିଦେଶରେ ରହୁଛନ୍ତି।” ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଅଭିଭାଷଣରେ କହିଛନ୍ତି ବିକଶିତ ଭାରତ ଗଠନରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଓଡ଼ିଶାର ବିକାଶ ଆମର ପ୍ରାଥମିକତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ସ୍ବତନ୍ତ୍ର। ନିରନ୍ତର ଓଡ଼ିଶାର ବିକାଶ ଆମର ପ୍ରାଥମିକତା ବୋଲି କହିଛନ୍ତି ମୋହନ ମାଝି। ଅପରାହ୍ଣରେ ଅନରାଭେଲିଂ ଇଣ୍ଡିଆଜ ବେଷ୍ଟ କେପ୍ ଟ ସିକ୍ରେଟ ଓ ବିକଶିତ ଓଡିଶା: ଦି ରୋଡ ଆହେଡ ଶୀର୍ଷକରେ ସେସନ ଅନୁଷ୍ଠିତ ହେବ। ଆଜି ସଂଧ୍ୟାରେ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ବର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଅଷ୍ଟାଦଶ ପ୍ରବାସୀ ଭାରତୀୟ ମହାକୁମ୍ଭର ପ୍ରଥମ ଦିନ, ଯୁବ ସମାବେଶରୁ ଆରମ୍ଭ ହେଲା ସମ୍ମିଳନୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











