ଭୁବନେଶ୍ୱର : ଅର୍ଚ୍ଚନା ନାଗଙ୍କୁ ଧମକ ଅଭିଯୋଗ । ୨ ଦୁର୍ବୁତ୍ତ ଧମକ ଦେଇଥିବା ଅର୍ଚ୍ଚନା ନାଗଙ୍କ ଅଭିଯୋଗ । ପରୀକ୍ଷା ଦେବାକୁ ଲ କଲେଜ ଆସୁଥିବା ବେଳେ ଧମକ । ଆଇନ ପରୀକ୍ଷା ଦେବାକୁ ଆସିବା ବେଳେ ତାଙ୍କୁ ଦୁଇ ଜଣ ଲୋକ ପିଛା କରିଥିବା କହିଛନ୍ତି ଅର୍ଚ୍ଚନା । ସେମାନେ ତାଙ୍କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଅର୍ଚ୍ଚନା। ମୋ ନାମରେ ଫଲ୍ସ କେସ ସହିତ ଜୀବନରେ ମାରି ଦେବାକୁ ଧମକ ଦେଇଛନ୍ତି ଅଜଣା ଯୁବକ। ପରିବାର ଉଡ଼ାଇ ଦେବା ପାଇଁ ଧମକ ଦେଲେ । ମୁଁ ଡରିଯିବା ପିଲା ନୁହେଁ କହିଲେ ଅର୍ଚ୍ଚନା ନାଗ । ସମୟ ଆସିଲେ ସବୁ କହିବି , ମହିଳାଙ୍କୁ ଅସମ୍ମାନ ଠିକ ନୁହେଁ । ସବୁ ପ୍ରମାଣ ମୋ ପାଖରେ ଅଛି। ସମୟ ଆସିଲେ ସତ ସାମ୍ନାକୁ ଆସିବ। ଏନେଇ କୋର୍ଟଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି ଅର୍ଚ୍ଚନା। ଧମକ ଦେଉଥିବା ବ୍ୟକ୍ତି କିଏ ସେ ଜାଣିନାହାନ୍ତି ବୋଲି କହିଛନ୍ତି ।
Views: 101











