The Ultimate Managed Hosting Platform
ADVERTISEMENT

ଅମଲା ଆନେ୍ଦାଳନ ପଛରେ ବିଜେଡି ; ମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ଅମଲା ସଂଘ ସହ ଆଲୋଚନା ପରେ ରାଜସ୍ୱ ମନ୍ତ୍ରୀଙ୍କ ବଡ ବୟାନ । ଅମଲା ଆନେ୍ଦାଳନ ପଛରେ ବିଜେଡି କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କିଛି ସଂଘର ନେତା ବିଜେଡି ଦ୍ୱାରା ପ୍ରେରିତ ହୋଇ ଆନେ୍ଦାଳନ କରୁଛନ୍ତି । ସେମାନେ କେଉଁ କେଉଁ ନେତାଙ୍କୁ ଭେଟୁଛନ୍ତି , ରିପୋର୍ଟ ମୋ ପାଖେ ଅଛି । ସେମାନେ ସମସ୍ୟାର ସମାଧାନ ଚାହୁଁ ନାହାନ୍ତି କହିଲେ ମନ୍ତ୍ରୀ । ଅମଲାଙ୍କୁ ଢାଲ କରି ସରକାର ବିରୋଧରେ ଆନେ୍ଦାଳନ କରିବା ଲକ୍ଷ୍ୟ । ରାଜସ୍ୱ ବିଭାଗ ପାଖରେ ବହୁତ ଅସ୍ତ୍ର ଅଛି ବିରୋଧୀ ସମ୍ଭାଳି ପାରିବେ ନାହିଁ । ମନ୍ତ୍ରୀ ସୁରେଶ ପୂଜାରୀ ଆହୁରି କହିଛନ୍ତି, ବିଗତ ସରକାର ଯେତେ ସମସ୍ୟା ଛାଡ଼ିକି ଯାଇଛନ୍ତି ଗୋଟିଏ ଵି ସମସ୍ୟାର ସମଧାନ କରି ନାହାନ୍ତି ଯେଉଁମାନେ ସଂଘକୁ ଭୁଲ ରାସ୍ତାରେ ନେଉଛନ୍ତି। ସେମାନେ ତାଙ୍କୁ ଚିହ୍ନନ୍ତୁ। ସେମାନେ ମଙ୍ଗଳ ଚାହୁଁ ନାହାନ୍ତି, ଲୋକଙ୍କ ହଇରାଣ ନପକେଇ କାର୍ୟ୍ୟରେ ଯୋଗ ଦିଅନ୍ତୁ। ୮ ହଜାର ଅମଲାଙ୍କୁ ଆନ୍ଦୋଳନ କୁ ଓହ୍ଲାଇ ସେମାନେ ଭାବୁଛନ୍ତି ସରକାରକୁ ହଇରାଣ ପକେଇ ଦେବ କ୍ଷମତାରୁ ବାହାରକୁ ଯିବାକୁ ସେମାନେ ହଜମ କରି ପାରୁ ନାହାନ୍ତି ମୁଁ ପୁରା ବିଜେଡିକୁ କାଠଗଡ଼ରେ ଛିଡା କରିବାକୁ ଚାହେଁ ନାହିଁ। କିନ୍ତୁ ସେ ସରକାରରେ ଯେଉଁମାନେ ପାୱାରଫୁଲ ସମ୍ପୂର୍ଣ୍ଣ କ୍ଷମତାକୁ ଉପଭୋଗ କରୁଥିଲେ, ସେମାନେ ହଜମ କରି ପାରୁ ନାହାନ୍ତି। କେମିତି ଏଇ ସରକାର ଗଲେ ସେମାନେ ପୁଣି କ୍ଷମତାକୁ ପଳେଇ ଆସିବେ। ହେଲେ ସେମାନଙ୍କୁ ଜଣା ନାହିଁ ଯେ ଏ ସରକାର ଯିବାର ନାହିଁ। ଯଦି ସେମାନେ ସୁଧୁରିବେ ନାହିଁ. ସରକାରକୁ ଅପଦସ୍ତ କରିବାକୁ ଚେଷ୍ଟା କରିବେ. ତାହେଲେ ରାଜସ୍ବ ବିଭାଗ ପାଖରେ ବହୁତ ଅସ୍ତ୍ର ଅଛି ସେମାନଙ୍କୁ ଶିକ୍ଷା ଦେବା ପାଇଁ। ସେତେବେଳକୁ ସେମାନେ ସମ୍ଭାଳିବା ପାରିବେ ନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login