ନୀଳଗିରି : କୁଳଡିହା ଅଭୟାରଣ୍ୟରୁ ୫ ଶିକାରୀ ଗିରଫ । ଗୋଟିଏ ବନ୍ଧୁକ ସହ ୫ ଜଣ ଶିକାରୀଙ୍କୁ ଗିରଫ କଲା ବନବିଭାଗ । ସିସିଟିଭି ଫୁଟେଜ ଆଧାରରେ ବନବିଭାଗର କାର୍ଯ୍ୟାନୁଷ୍ଠାନ । ବନବିଭୀଗ ହାତରୁ ବଞ୍ଚିବା ପାଇଁ ୧୫ ରୁ ଅଧିକ ଟ୍ରାପ କ୍ୟାମେରା ଚୋରି କରିଥିଲେ ଶିକାରୀମାନେ। ସୂଚନା ମୁତାବକ, ଶିକାରୀମାନଙ୍କୁ କାବୁ କରିବା ପାଇଁ ବନବିଭାଗ ପକ୍ଷରୁ କୁଳଡିହା ଅଭୟାରଣ୍ୟରେ ଟ୍ରାପ କ୍ୟାମେରା ଖଞ୍ଜା ଯାଇଥିଲା। ହେଲେ ଶିକାରୀ ତା କବଳରୁ ବଞ୍ଚିବା ପାଇଁ ବାରମ୍ବାର କ୍ୟାମେରାଗୁଡ଼ିକୁ ଚୋରି କରିନେଉଥିଲେ । ବନବିଭାଗ ବୁଦ୍ଧି ଖଟାଇ ସ୍ପାଏ କ୍ୟାମେରାମାନ ଲଗାଇଥିଲା। ଗତ ମାସ ୨୮ ତାରିଖରେ ୫ ଜଣ ଶିକାରୀ ଉକ୍ତ କ୍ୟାମେରାଗୁଡ଼ିକୁ ଚୋରି କରୁଥିବା ସମୟରେ ସେମାନେ ସ୍ପାଏ କ୍ୟାମେରାରେ ଧରାପଡ଼ିଥିଲେ।
Views: 62











